ଭାବି ପତ୍ନୀଙ୍କ ସପକ୍ଷରେ ବାହାରିଲେ ରୋନାଲଡୋ: ଲେଖିଲେ- ଲୋକମାନେ ତୁମକୁ ଈର୍ଷା କରୁଛନ୍ତି…
କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଜର୍ଜିନା ଦୀର୍ଘ ସମୟ ଧରି ସାଙ୍ଗରେ ଅଛନ୍ତି
ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋଙ୍କ ଭାବି ପତ୍ନୀଙ୍କ ବିକିନି ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆସିଥିଲା ନକାରାତ୍ମକ କମେଣ୍ଟ। ଏହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଭାବି ପତ୍ନୀ ଜର୍ଜିନା ରୋଡ୍ରିଗେଜ। ସେ ଏ ନେଇ ରୋନାଲଡୋଙ୍କ ପରାମର୍ଶ ନେଇଥିଲେ। ଆଉ ତା’ପରେ ରୋନାଲଡୋ ଯାହା ତାଙ୍କୁ ପରାମର୍ଶ ଦେଇଥିଲେ, ତାହା ଆପଣଙ୍କୁ ଚକିତ କରିବ। ସେ ଜର୍ଜିନାଙ୍କୁ କହିଥିଲେ, ଲୋକେ ତୁମକୁ ଈର୍ଷା କରୁଛନ୍ତି…।
ଜର୍ଜିନା ରୋଡ୍ରିଗେଜ ପରିବାର ସହ ସ୍ପେନର ମାଲୋର୍କାରେ ଛୁଟି କାଟିବାକୁ ଯାଇଥିଲେ। ସେହି ସମୟରେ ସେ ଉଠାଇଥିବା କିଛି ବିକିନି ପିନ୍ଧା ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଫଟୋ ପୋଷ୍ଟ କରିବା ପରେ ଭାଇରାଲ ହୋଇଯାଇଥିଲା। ଆସିଥିଲା ନକାରାତ୍ମକ କମେଣ୍ଟର ବନ୍ୟା। କମେଣ୍ଟରେ ସୋସିଆଲ ମିଡିଆ ୟୁଜର୍ସମାନେ ଜର୍ଜିନାଙ୍କୁ ‘ମୋଟି’ ବୋଲି ଲେଖିଥିଲେ। ଏଥିସହ ‘ତାଙ୍କର ଗ୍ଲାମର ସରି ଗଲାଣି’ ବୋଲି ଲେଖିଥିଲେ।
ଜର୍ଜିନା ହେଉଛନ୍ତି ଜଣେ ସଫଳ ମଡେଲ। ତାଙ୍କର ହଜାର ହଜାର ପ୍ରଶଂସକ ଅଛନ୍ତି। ଏପରି ସ୍ଥିତିରେ ସୋସିଆଲ ମିଡିଆ ୟୁଜର୍ସଙ୍କ ଏହିି କମେଣ୍ଟ ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ସାର୍ବ ଜନିନ ଭାବେ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ସେ ନିଜ ଭାବି ସ୍ୱାମୀ ରୋନାଲଡୋଙ୍କ ପରାମର୍ଶ ଲୋଡ଼ିଥିଲେ। ଜର୍ଜିନାଙ୍କ ପରାମର୍ଶରେ ରୋନାଲ୍ଡୋ ତାଙ୍କୁ ବୁଝାଇଥିଲେ।
Uttarakhand Govt.
ଆଉ କହିଥିଲେ, “ତୁମେ ତୁମ ଫଟୋ ପାଇଁ ନୁହେଁ, ତୁମ ବ୍ୟକ୍ତିତ୍ୱ ପାଇଁ ପରିଚିତ। ତୁମେ ଜଣେ ଭଲ ମହିଳା, ସୁନ୍ଦରୀ ମା’, ସଫଳ ଓ ଭଲ ମଣିଷ। ଆଉ କ’ଣ ଦରକାର? ଲୋକେ ତୁମକୁ ଈର୍ଷା କରୁଛନ୍ତି’’
ରୋନାଲଡୋଙ୍କ ଏହି କେଇପଦ କଥା ଜର୍ଜିନାଙ୍କୁ ମାନସିକ ଶକ୍ତି ଦେଇଥିଲା ବୋଲି ସେ ଲେଖିଛନ୍ତି। ଏହା ପରେ ସେ ନୀରବତା ଭାଙ୍ଗିଥିଲେ। ସମାଲୋଚନା କରୁଥିବା ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ଦେଇଥିଲେ ଜବାବ।
ଜର୍ଜିନା ସୋସିଆଲ ମିଡିଆରେ ଲେଖିଥିଲେ; “ମୋ ଶରୀର ବଦଳିବ, ଠିକ୍ ସେହିପରି ଯେପରି ପ୍ରତ୍ୟେକ ମହିଳାଙ୍କ ଶରୀର ସମୟ ସହ ବଦଳିଥାଏ। ମୁଁ ଆଶା କରେ ଏହା ଆହୁରି ଅନେକ ବର୍ଷ ଧରି ବଦଳିବ। କାରଣ ଏହାର ଅର୍ଥ ହେଉଛି ମୁଁ ଏବେ ମଧ୍ୟ ବଞ୍ଚିଛି।”
କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଜର୍ଜିନା ଦୀର୍ଘ ସମୟ ଧରି ସାଙ୍ଗରେ ଅଛନ୍ତି। ଉଭୟଙ୍କର ୨୦୧୯ ମସିହାରେ ନିର୍ବନ୍ଧ ହୋଇଥିଲା। ସମ୍ପତ୍ତିର କଥା କହିଲେ, ଜର୍ଜିନାଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୩୨ କୋଟି ଟଙ୍କା ହୋଇଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୩,୩୧୩ କୋଟି ଟଙ୍କା ବୋଲି କୁହାଯାଏ।

