fbpx

ଭିତରକନିକାରେ ବଢ଼ିଛି କୁମ୍ଭୀର ସଂଖ୍ୟା: ସୂଚନା ଦେଲେ ଡିଏଫଓ

ପଟ୍ଟାମୁଣ୍ଡାଇ: ଭିତରକନିକାରେ ଅଛନ୍ତି ମୋଟ ୧୭୮୪ କୁମ୍ଭୀର । ଗତବର୍ଷଠାରୁ ଚଳିତ ବର୍ଷ ୧୬ଟି କୁମ୍ଭୀର ଅଧିକ ଥବା ସୂଚନା । କୁମ୍ଭୀର ଗଣନା ଶେଷ ପରେ ଡିଏଫଓ ଯଞ୍ଜଦତ୍ତ ପତିଙ୍କ ସୂଚନା ।

ସୂଚନା ଅନୁଯାୟୀ, ଜାନୁଆରୀ ୨ ତାରିଖରୁ ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଓ ଅନ୍ୟ ନଦୀନାଳରେ ରହିଥିବା କୁମ୍ଭୀରମାନଙ୍କୁ ମଧ୍ୟ ଗଣନା କରାଯାଇଥିଲା। କୁମ୍ଭୀର ଗଣନା କାର୍ଯ୍ୟ ଜାରି ରହିଥିବା ସମୟରେ ଏହି ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ୨୦୨୧ ଜାନୁଆରୀରେ ହୋଇଥିବା ଗଣନା ଅନୁଯାୟୀ ଭିତରକନିକାରେ ମୋଟ ୧୭୬୮ଟି ବଉଳା କୁମ୍ଭୀର ରହିଥିଲେ ।

Get real time updates directly on you device, subscribe now.