fbpx

ରାଜଧାନୀରେ ଭିଡ଼… ସେପଟେ ଟଳିନି ସଙ୍କଟ, ସଂକ୍ରମଣ କମିନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସାରା ରାଜ୍ୟରେ ସରକାର ଲକଡାଉନ କରିଛନ୍ତି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି କଡ଼ା କଟକଣା । କିନ୍ତୁ ଟିକେ କୋହଳ ହୋଇଗଲେ ସାଧାରଣରେ ନିୟମକୁ କେହି ଖାତିର୍ କରୁନାହାନ୍ତି । ଏଭଳି ଦୃଶ୍ୟ ରାଜଧାନୀରେ ଦେଖିବାକୁ ମିଳୁଛି । ରାଜଧାନୀର ବିଭିନ୍ନ ମାର୍କେଟ ଅଞ୍ଚଳରେ ଲୋକେ ଜମାଉଛନ୍ତି ଭିଡ଼ । ଏହା ଉଚିତ୍ ନୁହେଁ ବୋଲି ବିଶେଷଜ୍ଞ ମହଲରେ କୁହାଯାଉଛି । କାରଣ ଆସନ୍ତା ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ କରୋନାର ତୃତୀୟ ଲହର ଆସିବା ଆଶଙ୍କା ରହିଛି । ଏନେଇ ବିଶେଷଜ୍ଞମାନେ ସତର୍କ ମଧ୍ୟ କରାଇଛନ୍ତି ।

ଗୁରୁବାର ସାବିତ୍ରୀ ବ୍ରତ କିନ୍ତୁ ରାଜଧାନୀରେ ଦେଖିବାକୁ ମିଳୁଛି ନାହିଁ ନଥିବାର ଭିଡ । ରାଜ୍ୟ ନିୟମିତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଲୋକେ ବଜାରକୁ ଆସି ବେଫିକର ଭାବେ ଭିଡ ଜମାଇଛନ୍ତି । ରାଜଧାନୀ ଭୁବନେଶ୍ୱର ଅନେକ ହାଟ, ବଜାରରେ ଛତୁ ଫୁଟିଲା ପରି ଫଳ ଦୋକାନ ଖୋଲାଯାଇ ଏହା ଅସମ୍ଭାଳ ଭିଡରେ ସଂକ୍ରମଣକୁ ଡକାଯାଉଛି । କେବଳ ଫଳ ଦୋକାନ ନୁହେଁ ଅନେକ ସ୍ଥାନରେ ଲୁଚାଛପା ଭାବେ ଲୁଗା ଦୋକାନ ମଧ୍ୟ ଖୋଲାଯାଇ ବେପାର ମଧ୍ୟ ଚାଲିଛି । କିନ୍ତୁ ରାଜଧାନୀର ସିଆରପି ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଦେଖିବାକୁ ମିଳିଛି ଲୋକମାନଙ୍କ ଭିଡର ମେଳା । ଏହା ସହ ଲୋକମାନେ କରୋନା ନିୟମ ନମାନି ପ୍ରବଳ ଗହଳି କରୁଥିବାର ଦେଖାଯାଇଛି । କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ମାକ୍ସ ତଳକୁ ଖସିଯାଇଛି । ଏହା ସହ ସାମାଜିକ ଦୂରତା ନଥିବାର ଦେଖିବାକୁ ମିଳିଛି । ଲୋକମାନେ ଯେପରି ରୁଣ୍ଡ ହୋଇ ହୋଇ ଜିନିଷ କିଣୁଥିବାର ଦେଖାଯାଉଛି ଲାଗୁଛି ସରକାରଙ୍କ କଟକଣାକୁ ଲୋକ ଫୁ କରି ଦେଇଥିବାର ମନେ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସବୁବେଳେ ନିୟମକୁ କଡାକଡି ଭାବେ ଯାଞ୍ଚ କରୁଥିବା ପୋଲିସ ଏହାରି ଉପରେ କେମିତି ଆଖି ବୁଜି ଦେଇଛନ୍ତି ।

Get real time updates directly on you device, subscribe now.