ଆଇଡି ବିସ୍ଫୋରଣରେ ବଡ ଅଘଟଣ; ଫସିଗଲେ ଜଣେ ସିଆରପିଏଫ କନେଷ୍ଟବଳ, ଗଭୀର ଆହାତ ପରେ ଚାଲିଗଲା ପ୍ରାଣ…
ମାଓବିରୋଧୀ ଅଭିଯାନ ବେଳେ ଏହି ଅଘଟଣ ଘଟିଥିଲା
ରାଞ୍ଚି: ଝାଡଖଣ୍ଡରେ ମାଓବିରୋଧୀ ଅଭିଯାନ ସମୟରେ IED ବିସ୍ଫୋରଣରେ ହୋଇଥିଲା । ଆଉ ଏହି ସମୟରେ ଅନ୍ୟାନ୍ୟ ସିଆରପିଏଫ କନେଷ୍ଟବଳ ଘଟଣାସ୍ଥଳରୁ ଚାଲିଆସିଥିଲେ ମଧ୍ୟ ଲସ୍କର ସେହି ସ୍ଥାନରେ ରହିଯାଇଥିଲେ ।
ଝାଡଖଣ୍ଡରେ ଥିବା ମାଓ ପ୍ରବଣ ଅଞ୍ଚଳରେ ଏହି ଅପରେସନ ମାଓବାଦୀଙ୍କୁ କାବୁ କରିବା ପାଇଁ ଆରମ୍ଭ କରାଯାଇଥିଲା । ଝାଡଖଣ୍ଡରେ ଥିବା ବାବୁଡେରା-ସମତା ଅଞ୍ଚଳ ଯାହାକି ଜାରାଇକେଲା ପୋଲିସ ଷ୍ଟେସନ ଅଧିନରେ ଯାଉଛି ସେହି ଅଁଚଳରେ ଏହିି ଅଭାବନୀୟ ଘଟଣା ଘଟିଛି ।
ମାଓବାଦୀଙ୍କୁ ପାନେ ଦେବା ପାଇଁ ପାରାମିଲିଟାରୀ ଫୋର୍ସ ସମେତ ପୋଲିସ ଏହି ଅଭିଯାନ ଆରମ୍ଭ କରିଥିଲେ ।ଏପରିକି ସିଆରପିଏଫ ଯବାନ ମଧ୍ୟ ଏଥିରେ ସାମିଲ ଥିଲେ । ଆଉ ଏହି ସମୟରେ ଆଗରୁ ମାଓବାଦୀମାନେ ଖଞ୍ଜିଥିବା ଏକ ଆଇଡି ବିସ୍ଫୋରଣ ହେବାରୁ ୪୫ ବର୍ଷୀୟ ହେଡ କନେଷ୍ଟବଳ ମହେନ୍ଦ୍ର ଲସ୍କରା ଆହତ ହୋଇଥଲେ ।
ସଙ୍ଗେ ସଙ୍ଗେ ଲସ୍କରାଙ୍କୁ ରାଉରକେଲାରେ ଥିବା ଏକ ମେଡିକାଲକୁ ନିଆଯାଇଥିଲା । ମାତ୍ର ଏହାର କିଛି ସମୟ ପରେ ହିଁ ସେ ମୃତ୍ୟୁବରଣ କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଗଭୀର ଭାବେ ଆଘାତ ପାଇଥିବାରୁ ଏପରି ହୋଇଛି ।
ଲସ୍କର ଆସାମ ରାଜ୍ୟର ବାସିନ୍ଦା ଓ ସେ ୬୦ ତମ ବାଟାଲିଅନର ଅଂଶ ଥିଲେ । ତାଙ୍କର ପୁରା ନାମ ମହେନ୍ଦ୍ର ଲସ୍କରା । ସେ ହେଡ କନେଷ୍ଟବଳ ଭାବେ ଅନେକ ଦିନରୁ କାମ କରୁଥିଲେ ।
ସୂଚନାଯୋଗ୍ୟ ଯେ କେବଳ ଝାଡଖଣ୍ଡ ନୁହେଁ ମାଓ ବିରୋଧୀ ଅପରେସନ ଅନେକ ରାଜ୍ୟରେ କାର୍ଯ୍ୟକରୁଛି ।
ଦେଶକୁ ଆଗାମୀ କିଛି ବର୍ଷ ମଧ୍ୟରେ ମାଓମୁକ୍ତ କରିବା ପାଇଁ ପୋଲିସ ଓ ଯବାନଙ୍କ ମିଳିତ ଉଦ୍ୟମରେ ଏହି ଯୋଜନାର ସଫଳ ରୂପାୟନ କରାଯାଉଛି । ଛତିଶଗଡ ଓ ଓଡିଶା ସୀମାନ୍ତରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳେ । ଏଣୁ ଏଠାରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କୁ ମାତ ଦେବା ପାଇଁ ପୋଲିସ ଓ ଯବାନ ଅନେକ ସମୟରେ ସ୍ପେଶାଲ ଅପରେସନ କରିଥାଆନ୍ତି ।
