fbpx

ଛୋଟ ଛୋଟ କଥାରେ କାନ୍ଦିବା ଡିପ୍ରେସନର ଲକ୍ଷଣ ହୋଇପାରେ

ନୂଆଦିଲ୍ଲୀ: ଛୋଟ ଛୋଟ କଥାରେ କାନ୍ଦିବା କିଛି ଲୋକଙ୍କର ଏକ ଅଭ୍ୟାସ ହୋଇଥାଏ । ଏହା ପଛରେ କିଛି କାରଣ ଥାଇପାରେ । ପ୍ରତ୍ୟେକଙ୍କର ନିଜର ଭାବନାକୁ ପରିପ୍ରକାଶ କରିବାର ଅନେକ ମାଧ୍ୟମ ରହିଥାଏ । ମାତ୍ର କଥା କଥାରେ ଆଖିରେ ଲୁହ ଆସିଯିବା ଅର୍ଥ ଡିପ୍ରେସନ ହୋଇପାରେ । ଯଦି ଏପରି ଫିଲିଙ୍ଗସ ଦୁଇ ସପ୍ତାହରୁ ଅଧିକ ସମୟ ଧରି ରହିଥାଏ, ତେବେ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ।

ଏକୁଟିଆପଣ, ଉଦାସପଣ ଆଦି ଡିପ୍ରେସନର ଲକ୍ଷଣ ହୋଇପାରେ । ଏହା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ହୋଇଥାଏ । ଏହି ଡିପ୍ରେସନ କାରଣରୁ ଉକ୍ତ ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇପାରେ । ଉଦାସ ରହିବା ଡିପ୍ରେସନର ଏକ ସାଧାରଣ ଲକ୍ଷଣ । ଏଥିରେ ବ୍ୟକ୍ତିଜଣଙ୍କ ଖାଲିପଣ ବା ଉଦାସ ମଧ୍ୟରେ ବୁଡ଼ି ରହିଥାଏ ଓ ଏହା ୨ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।

ଯଦି ଏହି ଲକ୍ଷଣ ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ତେବେ ଏହି ବିମାରୀକୁ ଡାଇସ୍ଥୀମିୟା କୁହାଯାଇଥାଏ । ଏହା ଉଦାସୀ କ୍ରାନିକ ଡିପ୍ରେସନର ଏକ ଲକ୍ଷଣ ହୋଇଥାଏ । ନିଜକୁ ବେକାର ଅନୁଭବ କରିବା, ନିଜର ଦୋଷତ୍ରୁଟି ବାହାର କରିବା, ଅନ୍ୟ ସାମ୍ନାରେ ନିଜକୁ ଛୋଟ ମନେ କରିବା ଏକ ପ୍ରକାରର ଡିପ୍ରେସନ ହୋଇଥାଏ । ଡିପ୍ରେସନରେ ଜଣେ ବ୍ୟକ୍ତି ନିଜକୁ ଏତେ ମାତ୍ରାରେ ନିରାଶା ଅନୁଭବ କରିଥାଏ ଯେ, ତାଙ୍କର ଦିଲ ଓ ଦିମାଗରେ ଚିଡ଼ଚିଡ଼ାହଟ, କ୍ରୋଧ, ଥକ୍କାପଣ ଫ୍ରଷ୍ଟେସନ ଆଦି ଦେଖାଯାଇଥାଏ । ଏଥିସହିତ ବ୍ୟକ୍ତିଙ୍କୁ ଛୋଟ କାର୍ଯ୍ୟ ଯେପରିକି ଶଯ୍ୟାରୁ ଉଠିବା, ଗାଧୋଇବା ଆଦି ମୁସ୍କିଲ ପରି ଲାଗିଥାଏ ।

Get real time updates directly on you device, subscribe now.