fbpx

IPL ୨୦୨୧: ସୁପର କିଙ୍ଗସର ସୁପର ବିଜୟ

ନୂଆଦିଲ୍ଲୀ: ଆଇପିଏଲ ମହାସମରର ବଳକା ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସକୁ ୨୦ ରନରେ ପରାସ୍ତ କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୫୬ ରନ କରିଥିବା ବେଳେ ମୁମ୍ବାଇ ୧୩୬ ରନରେ ସୀମିତ ରହିଥିଲା। ମୁମ୍ବାଇ ପକ୍ଷରୁ ସୌରଭ ତିୱାରୀ ଅପରାଜିତ ୫୦ ରନ କରିଥିବା ବେଳେ ମୁମ୍ବାଇ ୧୩୬/୮ ରେ ସୀମିତ ରହିଥିଲା। ଚେନ୍ନାଇ ପକ୍ଷରୁ ବ୍ରାଭୋ ୨୫ ରନରେ ୩ ୱିକେଟ୍ ନେଇଥିଲେ। ଦୀପକ ଚହର ୧୯ ରନରେ ଦୁଇଟି ୱିକେଟ୍ ନେଇ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପ୍ରଥମ ଓଭରରେ ଫାଫ ଡୁପ୍ଲେସିସଙ୍କ ୱିକେଟ ହରାଇଥିଲା । ପରବର୍ତ୍ତୀ ୪ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ୭ ରନରେ ୩ଟି ଓ ୨୪ ରନରେ ୪ଟି ୱିକେଟ ହରାଇ ଦଳ ସଙ୍କଟରେ ପଡିଥିଲା । ତେବେ ଗାଏକ୍ୱାଡ(୮୮) ଓ ଜାଡେଜା(୨୬)ଙ୍କ ମଧ୍ୟରେ ୮୧ ରନର ଭାଗିଦାରୀ ହେବା ସହିତ ସଙ୍କଟରୁ ଉଦ୍ଧାର କରିଥିଲେ । ଋତୁରାଜ ଗାଏକ୍ୱାଡ ୫୮ଟି ବଲରୁ ୯ ଚୌକା ଓ ୪ ଛକା ସହିତ ୮୮ ରନ କରି ଶେଷ ଯାଏଁ ଅପରାଜିତ ରହିଥିଲେ । ରବୀନ୍ଦ୍ର ଜାଡେଜା ୩୩ ବଲରୁ ୧ ଚୌକା ସହିତ ୨୬ ରନ କରିଥିଲେ । ଶେଷ ଆଡକୁ ଡ୍ୱେନ ବ୍ରାଭୋ ୩ଟି ଛକା ସହିତ ୨୩ ରନ ସଂଗ୍ରହ କରିଥିଲା । ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଏବଂ ଜସପ୍ରୀତ ବୁମରା ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଦୁଇ ସ୍ପିନର ୱିକେଟଶୂନ୍ୟ ରହିଥିଲେ ।

Get real time updates directly on you device, subscribe now.