CUET UG 2026: ପୁନଃ ନିର୍ଦ୍ଧାରିତ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି, ଏଠାରୁ କରନ୍ତୁ ଡାଉନଲୋଡ

NTA ସ୍ପଷ୍ଟ କରିଛି ଯେ, ଏହି ଆଡମିଟ କାର୍ଡ କେବଳ ସେହି ପରୀକ୍ଷାର୍ଥୀମାନଙ୍କ ପାଇଁ ଜାରି କରାଯାଇଛି, ଯେଉଁମାନେ ମେ' ୨୮ ଏବଂ ମେ' ୩୦ (ପ୍ରଥମ ସିଫ୍ଟ) ପରୀକ୍ଷା ସମୟରେ ବୈଷୟିକ ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ।

CUET UG 2026 Admit card : CUET UG 2026 ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସେହି ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ଆଡମିଟ କାର୍ଡ ଜାରି କରିଛି, ଯାହାଙ୍କ ପରୀକ୍ଷା ବୈଷୟିକ କାରଣ ଯୋଗୁଁ ପୁନର୍ବାର ଆୟୋଜନ କରାଯାଉଛି। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବର୍ତ୍ତମାନ ଜୁନ ୬ ଏବଂ ଜୁନ୍ ୭, ୨୦୨୬ରେ ହେବ, ସେମାନେ ସେମାନଙ୍କର ଅପଡେଟ ହୋଇଥିବା ଆଡମିଟ କାର୍ଡ ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରିପାରିବେ।

NTA ସ୍ପଷ୍ଟ କରିଛି ଯେ, ଏହି ଆଡମିଟ କାର୍ଡ କେବଳ ସେହି ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରାଯାଇଛି, ଯେଉଁମାନେ ମେ’ ୨୮ ଏବଂ ମେ’ ୩୦ (ପ୍ରଥମ ସିଫ୍ଟ) ପରୀକ୍ଷା ସମୟରେ ବୈଷୟିକ ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ। ଏଭଳି ଛାତ୍ରଛାତ୍ରୀମାନଙ୍କୁ ପୁରୁଣା ଆଡମିଟ କାର୍ଡ ବଦଳରେ ପରୀକ୍ଷା କେନ୍ଦ୍ରକୁ ନୂଆ ହଲ ଟିକେଟ ନେଇ ଯିବାକୁ ପଡ଼ିବ।

କେଉଁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଡମିଟ୍ କାର୍ଡ ଜାରି ହୋଇଛି?

NTA ଦ୍ୱାରା ଜାରି ସୂଚନା ଅନୁଯାୟୀ, କିଛି ପରୀକ୍ଷା କେନ୍ଦ୍ରରେ ବୈଷୟିକ ଅସୁବିଧା ହେତୁ ଅନେକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ପ୍ରଭାବିତ ହୋଇଥିଲା। ଏହି କାରଣରୁ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ପୁନର୍ବାର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏହି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଜୁନ ୬ ଏବଂ ୭ରେ ଅନୁଷ୍ଠିତ ହେବ ଏବଂ ସେମାନଙ୍କ ପାଇଁ ନୂଆ ଆଡମିଟ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ନିଜ ନୂଆ ଆଡମିଟ କାର୍ଡରେ ଥିବା ସମସ୍ତ ବିବରଣୀ ଭଲଭାବେ ଯାଞ୍ଚ କରିନିଅନ୍ତୁ।

CUET UG 2026 ଆଡମିଟ କାର୍ଡ କେମିତି ଡାଉନଲୋଡ୍ କରିବେ:

୧. ଯଦି ଆପଣ ପୁନଃ ନିର୍ଦ୍ଧାରିତ (re-scheduled) ପରୀକ୍ଷାରେ ଭାଗ ନେବାକୁ ଯାଉଛନ୍ତି, ତେବେ ପ୍ରଥମେ CUET UG ର ଅଫିସିଆଲ୍ ୱେବସାଇଟ୍ https://cuet.nta.nic.in/ କୁ ଯାଆନ୍ତୁ।

୨. ହୋମପେଜରେ ଦେଖାଯାଉଥିବା ‘CUET UG 2026 Admit Card’ ଲିଙ୍କ ଉପରେ କ୍ଲିକ କରନ୍ତୁ।

୩. ଆପଣଙ୍କର ଆବେଦନ ନମ୍ବର (Application Number) ଏବଂ ଜନ୍ମ ତାରିଖ କିମ୍ବା ପାସୱାର୍ଡ ଦିଅନ୍ତୁ।

୪. ଲଗ-ଇନ କରିବା ପରେ ଆଡମିଟ କାର୍ଡ ସ୍କ୍ରିନରେ ଦେଖାଯିବ।

୫. ଏହାକୁ ଡାଉନଲୋଡ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ ବାହାର କରି ରଖନ୍ତୁ।

CUET UG ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:

. ଆଡମିଟ କାର୍ଡରେ କ’ ଯାଞ୍ଚ କରିବେ?

ଆଡମିଟ କାର୍ଡ ଡାଉନଲୋଡ କରିବା ପରେ ନିମ୍ନଲିଖିତ ବିବରଣୀଗୁଡ଼ିକୁ ଭଲଭାବେ ଯାଞ୍ଚ କରନ୍ତୁ:

ପରୀକ୍ଷା ତାରିଖ ଓ ପରୀକ୍ଷା ସିଫ୍ଟ

ରିପୋର୍ଟିଂ ସମୟ

ପରୀକ୍ଷା କେନ୍ଦ୍ରର ନାମ ଓ ସଠିକ୍ ଠିକଣା

ପରୀକ୍ଷାର୍ଥୀଙ୍କ ନାମ ଏବଂ ଫଟୋ

ଅନ୍ୟାନ୍ୟ ଜରୁରୀ ନିର୍ଦ୍ଦେଶାବଳୀ (ଯଦି କୌଣସି ତଥ୍ୟ ଭୁଲ୍ ଥାଏ, ତେବେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରନ୍ତୁ।)

. ପରୀକ୍ଷା କେନ୍ଦ୍ରକୁ କ’ ସାଙ୍ଗରେ ନେବେ?

ନୂଆ ଆଡମିଟ୍ କାର୍ଡ: ମନେ ରଖନ୍ତୁ, କେବଳ ନୂଆ ଜାରି ହୋଇଥିବା ଆଡମିଟ କାର୍ଡ ହିଁ ଗ୍ରହଣୀୟ ହେବ। ପୁରୁଣା ଆଡମିଟ କାର୍ଡ ନେଇ ଯାଆନ୍ତୁ ନାହିଁ।

ବୈଧ ଫଟୋ ପରିଚୟ ପତ୍ର: ଆଡମିଟ କାର୍ଡ ସହିତ ଗୋଟିଏ ଅସଲି ଫଟୋ ପରିଚୟ ପତ୍ର ନେବା ବାଧ୍ୟତାମୂଳକ। ଏଥିପାଇଁ ଆପଣ ପ୍ୟାନ କାର୍ଡ, ଭୋଟର ଆଇଡି, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ କିମ୍ବା ଅନ୍ୟାନ୍ୟ ବୈଧ ପରିଚୟ ପତ୍ର ବ୍ୟବହାର କରିପାରିବେ।