fbpx

ମାତ୍ର ୩୯୮ ଟଙ୍କାରେ ମିଳୁଛି ଅନଲିମିଟେଡ୍ ଡାଟା! ସବୁ ନେଟୱାର୍କକୁ କଲିଂ ମଧ୍ୟ ମାଗଣା

ନୂଆଦିଲ୍ଲୀ: ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ସମସ୍ତ ଗ୍ରାହକ ଶସ୍ତା ପ୍ଲାନକୁ ଚାହିଁ ବସିଥାନ୍ତି । କମ୍ପାନୀମାନେ ମଧ୍ୟର ନିଜ ନିଜର ବ୍ୟବସାୟିକ ଫାଇଦା ପାଇଁ ନୂଆ ନୂଆ ଅଫର୍ ଆଣିଥାନ୍ତି । ତେବେ ଏହା ମଧ୍ୟରେ ଏକ ଭଲ ଅନଲିମିଟେଡ୍ ଡାଟା ପ୍ଲାନ ଆସିଛି । ଏଥିରେ ଗ୍ରାହକମାନେ ମାତ୍ର ୩୯୮ ଟଙ୍କାର ରିଚାର୍ଜ କରି ଅସୀମିତ ଡାଟା ବେନିଫିଟ୍ ପାଇ ପାରିବେ । ଏହି ପ୍ଲାନରେ କୌଣସି ଲିମିଟ୍ ଲାଗୁ ହେବ ନାହିଁ ।

ରିପୋର୍ଟ ମୁତାବକ, ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ଏପରି ଏକ ପ୍ଲାନ ଲଞ୍ଚ କରାଯାଇଛି । ଏହି ପ୍ଲାନକୁ ମାସ ସାରା ବ୍ୟବହାର କରିବା ପରେ ବି ଆପଣଙ୍କ ଡାଟା ସରିବାର ଭୟ ରହିବ ନାହିଁ । ୱାର୍କ ଫ୍ରମ ହୋମ ଓ ଅନଲାଇନ୍ କ୍ଲାସ ପାଇଁ ଏହା ହେଉଛି ବେଷ୍ଟ ପ୍ରିପେଡ ରିଚାର୍ଜ ପ୍ଲାନ । ଏଥିରେ ୟୁଜର୍ସଙ୍କୁ ୩୦ ଦିନର ଭାଲିଡିଟି ଦିଆଯାଉଛି ।

ଏହି ପ୍ଲାନରେ କୌଣସି ଫେୟର ୟୁଜ୍ ପଲିସୀ (ଏଫୟୁପି) ଲିମିଟ୍ ଲାଗୁ ହୋଇନଥାଏ । ଅର୍ଥାତ ୟୁଜର୍ସ ଯେତେ ଚାହିଁବେ ସେତେ ମାତ୍ରାରେ ଡାଟା ବ୍ୟବହାର କରିପାରିବେ । ଏହାଛଡ଼ା ସମସ୍ତ ନେଟୱାର୍କରେ ଅନଲିମିଟେଡ୍ କଲିଂ ସହିତ ଦୈନିକ ୧୦୦ ଏସଏମଏସ୍ ମଧ୍ୟ ମିଳିଥାଏ । ଏହି ଅଫରକୁ ଟକ୍କର ଦେବା ପାଇଁ ଭୋଡ଼ାଫୋନ-ଆଇଡିଆର ପୋଷ୍ଟପେଡ ପ୍ଲାନ୍ସ ବ୍ୟତୀତ ଅନ୍ୟ କୌଣସି ମୋମାଇଲ ରିଚାର୍ଜ ପ୍ଲାନ ଉପଲବ୍ଧ ନାହିଁ । ବିଏସଏନଏଲ ତରଫରୁ ଏହି ପ୍ଲାନ TrulyUnlimitedSTV_398ରେ ଲିଷ୍ଟେଡ୍ ହୋଇଛି ।

Get real time updates directly on you device, subscribe now.