fbpx

କଟକ କ୍ଳବ୍‌ର ସଭାପତି ହେଲେ ଡକ୍ଟର ସଂଯୁ୍କ୍ତା ମହାପାତ୍ରା, ୧୫୬ ବର୍ଷରେ ପ୍ରଥମ ମହିଳା ସଭାପତି

କଟକ, (ଭାସ୍କର ନ୍ୟୁଜ୍‌) : ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ କ୍ଲବ୍‌ ଭାବେ ପରିଚିତ କଟକ କ୍ଲବ୍‌ ଏହାର ନୂଆ ସଭାପତି ପାଇଛି । ୧୫୬ ବର୍ଷର ଏହି କ୍ଲବ୍‌ର ସଭାପତି ଭାବେ ଡକ୍ଟର ସଂଯୁକ୍ତା ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଡକ୍ଟର ମହାପାତ୍ର ପ୍ରଥମ ମହିଳା ଭାବେ ସଭାପତି ନିର୍ବାଚିତ ହୋଇଥିବାବେଳେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଅଟନ୍ତି ସେହିପରି ସାତ୍ୱକି ଘୋଷ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଡକ୍ଟର ମହାପାତ୍ର କହିଛନ୍ତି ଯେ କ୍ଲବ୍‌ ସଦସ୍ୟଙ୍କ ବିଶ୍ୱାସ ଯୋଗୁଁ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ସେ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ନେତୃତ୍ୱରେ ନିର୍ବାଚିତ ହୋଇଥିବା ନୂଆ ଟିମ୍‌ କ୍ଲବ୍‌ ପାଇଁ ଆଗାମୀ ଦିନରେ ଅନେକ ଜନହିତକର କାର୍ଯ୍ୟ ହାତକୁ ନେବ ବୋଲି ସେ କହିଛନ୍ତି । ସଂଯୁକ୍ତା ମହାପାତ୍ର ୪୪୬ ଖଣ୍ଡ ଭୋଟ୍‌ ପାଇଥିବାବେଳେ ସଭାପତି ଦୌଡ଼ରେ ଥିବା ଅନଙ୍ଗ ମୋହନ ଦ୍ୱିବେଦୀ ୨୩୯ ଭୋଟ୍‌ ଓ ବିଜୟ କେଶରୀ ରାଉତ ୨୦୬ ଭୋଟ ପାଇଛନ୍ତି ।

Get real time updates directly on you device, subscribe now.