କଟକରେ ଶାନ୍ତି ଫେରାଇବାକୁ ବଢ଼ିଲା କଟକଣା ଅବଧି, ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ଦ ଇଣ୍ଟରନେଟ୍‌

ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା

କଟକ: କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବଢ଼ିଲା। ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ସିଏମ୍‌ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର ରହିବ।

ପୂର୍ବ ପରି ହ୍ୱାଟ୍ସ ଆପ୍‌, ଫେସ୍‌ବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ ବନ୍ଦ ରହିବାକୁ ନିର୍ଦ୍ଦେଶ। କଟକ ଜିଲ୍ଲାପାଳଙ୍କ ସୁପାରିସ୍ ଅନୁସାରେ ଗୃହ ବିଭାଗ ପକ୍ଷରୁ କଟକଣା ବୃଦ୍ଧି ହୋଇଥିବା ନେଇ ସୂଚନା ରହିଛି।

ରାଜ୍ୟ ଗୃହ ବିଭାଗ ପକ୍ଷରୁ କଟକଣା ନେଇ ବିଜ୍ଞପ୍ତି ଜାରି କରାଯାଇଛି।