fbpx

ତୃତୀୟ ଲହର ପାଇଁ ପ୍ରସ୍ତୁତି: ଏଣିକି ଶିଶୁ ଭବନ ହେବ କୋଭିଡ ହସ୍ପିଟାଲ

କଟକ(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ଲହରୀ ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । ସମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଟକ ଶିଶୁ ଭବନରେ ଶିଶୁଙ୍କ ପାଇଁ କୋଭିଡ ହସ୍ପିଟାଲ ହେବାକୁ ନିଷ୍ପତ୍ତି ନିଆଯାଇଛି ।

ଏସସିବି ମେଡିକାଲର ଶିଶୁ ବିଭାଗରେ ମଧ୍ୟ କୋଭିଡ ଚିକିତ୍ସା ବିଭାଗ ହେବ । ଏସସିବି ସମେତ ୨ଟି ମେଡିକାଲରେ ୬୦ଟି ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ । ଏନେଇ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଉମେଶ ରାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.