fbpx

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ପ୍ରସ୍ତୁତି ଜୋରଦାର, ବାରବାଟୀ ଷ୍ଟାଡିୟମ ପରିଦର୍ଶନ କଲେ କଟକ ଡିସିିପି

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖ ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି- ୨୦ ସିରିଜର ଦ୍ୱିତୀୟ ମ୍ୟାଚ । ତେଣୁ ଏହି ମ୍ୟାଚର ସଫଳ ଆୟୋଜନ ନେଇ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ତେଣୁ କଟକ ଡିସିପି ପିନାକ ମିଶ୍ର,ଆଇପିଏସ ସୋମବାର ଦିନ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ଏହି ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କଟକ ଡିସିପି ଭାବେ ଦାୟିତ୍ୱ ଗ୍ରଂଣ କରିବା ପରେ କଟକ ଡିସିପିଙ୍କର ଏହା ଥିଲା ପ୍ରଥମ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ଡିସିପି ପିନାକ ମିଶ୍ରଙ୍କୁ ଓସିଏ କାର୍ଯ୍ୟାଳୟରେ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସମ୍ବର୍ଦ୍ଧିତ କରିଥିଲେ । ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହିତ ଓସିଏା ଅନ୍ୟ ସମସ୍ତ ବିଶିଷ୍ଟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଡିସିପି ପିନାକ ମିଶ୍ର ଓ ତାଙ୍କର ଅନ୍ୟ ସହଯୋଗୀ ମାନେ ବାରବାଟୀ ଷ୍ଟାଡିୟମ ଗ୍ରାଉଣ୍ଡ ଅନୁଧ୍ୟାନ କରିବା ସହିତ ଏହି ମ୍ୟାଚର ସୁପରିଚାଳନା ପାଇଁ ଓସିଏ ପକ୍ଷରୁ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ପରିଦର୍ଶନ ବେଳେ ଡିସିପିଙ୍କ ସହିତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ,କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ଓଡିଶା ଅଲିମ୍ପିକ ଆସୋସିଏସନର ସମ୍ପାଦକ ଅଭିଜିତ ପଲ, ଓସିଏ ସଦସ୍ୟ ଧୀରେନ ପଲେଇ ଓ ଅନ୍ୟତମ ଓସିଏ ସଦସ୍ୟ ସନ୍ତୋଷ ଦାସ ପ୍ରମୁଖ ପ୍ରତିନିଧ ସାମିଲ ହୋଇଥିଲେ ।

Get real time updates directly on you device, subscribe now.