fbpx

ତୁମର ଅନ୍ତରଙ୍ଗ ଭିଡିଓ ଭାଇରାଲ୍ କରିଦେବି, ଯୁବତୀଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ତୁମର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋ ପାଖରେ ଅଛି । ତୁମର କାହା ସହ ରିଲେସନ ଥିଲା, କାହା ସହ ବୁଲୁଥିଲ ସେସବୁର ପ୍ରମାଣ ମଧ୍ୟ ମୁଁ ରଖିଛି । ଶୀଘ୍ର ଟଙ୍କା ପଠାଅ, ନଚେତ୍ ମୁଁ ଭାଇରାଲ କରିଦେବି ।’ ଜଣେ ଯୁବତୀଙ୍କ ପାଖକୁ ଗତ କିଛିଦିନ ଧରି ଏକ ଅଜଣା ନମ୍ବରରୁ ଏପରି ଧମକପୂର୍ଣ୍ଣ କଲ୍ କଲ୍ କଲ୍ ଆସିଥିଲା। ତେବେ ଯୁବତୀ ଏନେଇ ସାଇବର ହେଲପ ଡେସ୍କରେ ଅଭିଯୋଗ କରିବା ପରେ ଡିସିପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଜଣାପଡ଼ିଛି ଯେ, ବ୍ଲାକମେଲର ଯୁବତୀଙ୍କୁ ବାରମ୍ବାର ଫୋନ କରିବା ପରେ ଯୁବତୀ ଏହାର ବିରୋଧ କରିଥିଲେ । ପୋଲିସ ଦୁଇଜଣଙ୍କ କଥାବାର୍ତ୍ତାକୁ ଟ୍ରାକ କରୁଛି ବୋଲି କହିବା ପରେ ଠକର ସ୍ୱର ନରମି ଯାଇଥିଲା । ଏହାପରେ ଠକ ଜଣକ ଭୁଲ୍ ମାଗିବା ସହ ଫୋନ କାଟିଦେଇଥିଲା । ଯୁବତୀ ଜଣଙ୍କ ଠକ ସହ ବାର୍ତ୍ତାଳାପର ରେକର୍ଡିଂକୁ ସାଇବର ଡେଲପ ଡେସ୍କରେ ଦାଖଲ କରିଥିଲେ । ତେବେ ପୋଲିସ ଉକ୍ତ ନମ୍ବରକୁ ଆଧାର କରି ତଦନ୍ତ ଜାରି ରଖିଛି । ଦିନକୁ ଦିନ ରାଜ୍ୟରେ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବାରୁ ଏଭଳି କଲ୍ ପ୍ରତି ସଜାଗ ରହିବାକୁ ଡିସିପି କହିଛନ୍ତି ।

Get real time updates directly on you device, subscribe now.