fbpx

ବିଜୁ ଜୟନ୍ତୀରେ ସାଇକେଲ ରାଲି

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଆଜି ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି । ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଛି । କଟକର ଆନନ୍ଦ ଭବନରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ସାଇକେଲ ରାଲି କରାଯାଇଛି । ସକାଳ ୬ଟା ୩୦ ମିନିଟରୁ ଆରମ୍ଭ ହୋଇଥିବା ରାଲିରେ ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜନ୍ମବାର୍ଷିକୀ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ସାଇକେଲ ରାଲି କରାଯିବ ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏକ ପ୍ରେସ୍ ମିଟରେ ସୂଚନା ଦେଇଥିଲେ । ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ ମାସ ୧୭ ତାରିଖ ପର୍ଯ୍ୟନ୍ତ ‘ମୋ ପରିବାର-ଜୀବନ ବୀନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.