ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୪ ତାରିଖରେ ଆଉ ଏକ ଲଘୁଚାପ! ଏଥର ରଥରେ ପ୍ରବଳ ଛେଚିବ, ସବୁ ଧୋଇଦେବ

୧୨ ତାରିଖ ବେଳକୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ।

ଭୁବନେଶ୍ୱର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ରାଜ୍ୟରେ ୭ ଦିନ ଯାଏଁ ଲାଗି ରହିବ ବର୍ଷା। ୧୩ ତାରିଖରୁ ବଢ଼ିବ ବର୍ଷାର ପରିମାଣ। ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକାରୁ ମଧ୍ୟ ଧରଣର ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ।

ଏହାସହ ୧୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ବିଭାଗ। ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Uttarakhand Govt.

ସେହିପରି ଉତ୍ତର ଓ ପଶ୍ଚିଂ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଏହାଦ୍ୱାରା ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ।

ମହାନଦୀ ଉପରମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେବ। IMDର ସୂଚନାନୁସାରେ, ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିବ। ଏବଂ ୧୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ସୁଦ୍ଧା ୩୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୧୨% ଅଧିକ। ହେଲେ ଏବେବି ୪ଟି ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।