fbpx

ବାତ୍ୟା ଜୱାଦ Update: ୯୫ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ବାତିଲ

ସମ୍ଭାବ୍ୟ ବାତ୍ୟା ପାଇଁ ୯୫ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ବାତିଲ । ଡିସେମ୍ବର ୩ ଓ ୪ ତାରିଖ ପାଇଁ ମେଲ୍ ଓ ଏକ୍ସପ୍ରେସ୍ ବାତିଲ । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ପୂର୍ବତଟ ରେଲୱେର ସୂଚନା ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବ । ଏହାର ପ୍ରଭାବରେ ୪୦ରୁ ୪୫ କିମି ବେଗରେ ବହିପାରେ । ୪ ତାରିଖ ଦିନ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ୪ ତାରିଖ ଦିନ ବର୍ଷା ଓ ପବନର ବେଗବଢ଼ିବ ଓ ୫ ତାରିଖରେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.