fbpx

ବାତ୍ୟା ମାଣ୍ଡୋସ: ୩ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇ ଉପକୂଳ ମୁହାଁ ହେଉଛି । ଫଳରେ ଏନେଇ ୩ ଜିଲ୍ଲାକୁ ସର୍ତକ ସୂଚନା ଦେଇଛନ୍ତି ଆଇଏମଡି । ବେଙ୍ଗଲପାଟୁ, ଭିଲୁପୁରମ୍ ଏବଂ କାଞ୍ଚିପୁରମକୁ ରେଡ ଆଲର୍ଟ ଜାରୀ କରାଯାଇଛି । ସେହିପରି ପୁଡ୍ଡୁଚେରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ସେଠାରେ ମଧ୍ୟ ସତର୍କତା ଜାରୀ କରିବାକୁ ନିଦ୍ଦେର୍ଶ ଦିଆଯାଇଛି ।

ତେବେ ସାମୁଦ୍ରିକ ଝଡ ମାଣ୍ଡୋସ ଭିଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଫଳରେ ଏନେଇ ଜିଲ୍ଲାପ୍ରଶାସନ ସତର୍କ ରହିବା ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି । ଏଥିସହିତ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରାଯିବା ସହ ଦରକାର ପଡିଲେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ ବୋଲି ଖବରୁ ପ୍ରକାଶ ପାଇଛି ।

ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ସହ ଉପକୂଳ ମୁହାଁ ହେଉଛି । ଫଳରେ ଏହାର ପ୍ରଭାବରେ ପୁଡ୍ଡୁଚେରୀ ଏବଂ ତାମିଲନାଡୁର ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ୩ ଟି ଜିଲ୍ଲାକୁ ରେର୍ଡ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।
ଉକ୍ତ ଲଘୁଚାପ ସହିତ ଥିବା ଘୂର୍ଣ୍ଣି ବଳୟ ଟ୍ରୋପୋସ୍ଫିୟରିକ୍‌ର ମଧ୍ୟସ୍ତର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟାରେ ଅବପାତ ହୋଇଛି । ଏହାର ପ୍ରଭାବରେ ତାମିଲନାଡୁ ଏବଂ ପୁଡ୍ଡୁଚେରୀ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ଜାରୀ ରହିଛି ।

ଅନ୍ୟପକ୍ଷେ ବାତ୍ୟା ମାଣ୍ଡୋସର ପ୍ରଭାବରେ ଓଡିଶାରେ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଫଳରେ ଶୀତରେ ଥରୁଛି ସାରା ଓଡିଶ। । ତେବେ ରାତିର ତାପମାତ୍ରା କମ ରହୁଥିବା ବେଳେ ଘନ କୁହୁଡି ମଧ୍ୟ ହେଉଛି । ଯେଉଁ କାରଣରୁ ସକାଳୁ ଯାନବାହାନ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣା ପଡିଛି ।

Get real time updates directly on you device, subscribe now.