fbpx

ଆଜି ବାତ୍ୟାର ରୂପ ନେବ “ୟାସ୍‌’:୨୪ ଘଣ୍ଟା ପରେ ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା, ପାରାଦୀପଠୁ ୫୭୦ କିମି ଦୂରରେ ରହିଛି

ଭୁବନେଶ୍ବର/ ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର ): ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  ଅଧିକ ଘନୀଭୂତ ହୋଇଅବପାତରେ ପରିଣତ ହୋଇଛି ।ସୋମବାର ସକାଳେ ସାମୁଦ୍ରିକ ଝଡ”ୟାସ୍‌’ ବ୍ୟାତାର ରୂପ ନେବ । ଏହାର୨୪ ଘଣ୍ଟା ପରେ ଏହା ଭୀଷଣ ବାତ୍ୟା ଅର୍ଥାତ ଭେରି ସିଭିୟର ସାଇକ୍ଲୋନ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ବର୍ତ୍ତମାନ ଉତ୍ତର-ଉତ୍ତର ପଶ୍ଚିମ ଦିଗ ଅଭିମୁଖେ ଗତି କରୁଛି । ୨୬ ତାରିଖ ସକାଳେ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କିମି ରହିପାରେ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

ସାମୁଦ୍ରିକ ଝଡ ୟାସ୍‌ ବର୍ତ୍ତମାନ ଆଣ୍ଡାମାନ ଦ୍ୱୀପରପୋର୍ଟ ବ୍ଲେୟାରରୁ ୫୯୦କିଲୋମିଟର ଉତ୍ତର-ପଶ୍ଚିମରେ ଦୂରରେ ରହିଥିବା ବେଳେ ପାରାଦ୍ୱୀପରୁ ୫୭୦ କିଲୋମିଟର,ବାଲେଶ୍ୱରରୁ ୬୭୦ କିଲୋମିଟର,ପଶ୍ଚିମବଙ୍ଗର ଦୀଘାରୁ ୬୫୦କିଲୋମିଟର ଦୂରରେ ରହିଛି । ଏହା ଘଣ୍ଟାକୁ ୫ କିମି ବେଗରେ ସ୍ଥଳଭାଗକୁ ଅଗ୍ରସର ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର-ଉତ୍ତର ପଶ୍ଚିମଦିଗକୁ ଗତି କରି ଆଜି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ଏବଂ ୨୪ ଘଣ୍ଟାରେ ଏହା ଭୀଷଣ ଘୂର୍ଣ୍ଣି ବାତ୍ୟାରେ ପରିଣତ ହେବାରସ ମ୍ଭାବନା ରହିଛି । ଏହା ପରେ ଉତ୍ତର-ଉତ୍ତର ପଶ୍ଚିମ ଅଭିମୁଖେ ଗତି କରି୨୬ ତାରିଖ ସକାଳେ ସ୍ଥଳଭାଗ ଛୁଇଁବା ପରେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ଓଡିଶାର ପାରାଦ୍ୱୀପ ମଧ୍ୟରେ ଅତିକ୍ରମ କରିବା ନେଇ ସୂଚନା ଦିଆଯାଇଛି । ।

ଏହା ପ୍ରଭାବରେ ମେ୨୩ ଓ ୨୪ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିରି ଓଡିଶାରେ ମେ ୨୫ ତାରିଖରୁ ବର୍ଷା ଆରମ୍ଭ ହେବ । ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜରର ଆଭ୍ୟନ୍ତୀଣ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ମେ ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେଣୁ ଏହି ୮ ଜିଲ୍ଲାପାଇଁ ସେହି ସମୟରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା ପାଇଁ ଏସ୍‌ଆରସି ତଥା ଓ ଏସଡିଏମ୍‌ଏର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପଜେନା ରବିବାର ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ୱର ଓ ଭଦ୍ରକରେ ପହଞ୍ଚିଛନ୍ତି । ସେଠାରେ ଜିଲ୍ଲା ଏବଂ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି ।କୋଭିଡ଼ ନିୟମ ପାଳନ ମଧ୍ୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଆବଶ୍ୟକୀୟ ପାନୀୟ ଜଳ ଓ କୋଭିଡ଼ ହସ୍ପିଟାଲରେ ଯେପରି କୗେଣସି ଅବ୍ୟବସ୍ଥା ହେବ ନାହିଁ ସେଥିପ୍ରତି ଗୁରୂତ୍ୱ ଦେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ସମୁଦ୍ରରେ ୩-୪ ମିଟର ଉଚ୍ଚତାର ଜୁଆର ଆସିବାକୁ ପୂର୍ବାନୁମାନ କରାଯାଇଥିବାରୁ ତଳିଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ମାନବ ସମ୍ବଳ, ଯନ୍ତ୍ର ପାତି ଓ ବାତ୍ୟାପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏସ୍‌ଆରସି ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା କରିବା ପାଇଁ ତତ୍ପର ଥିବା ସେ କହିବା ସହ ଲୋକମାନେ ଭୟଭୀତ ନ ହେବାକୁ ଅପିଲ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ଯେଉଁମାନେ ନଯିବେ ସେମାନେ ଆଗୁଆ ପାନୀୟ ଜଳ ସଂରକ୍ଷିତ ରଖିବାକୁ କହିଛନ୍ତି । ବାତ୍ୟା ସମୟରେ କୌଣସି ବ୍ୟକ୍ତି ବାହାରକୁ ନ ବାହାରିବାକୁଏସଆରସି ଅପିଲ କରିଛନ୍ତି ।

ଅନ୍ୟପକ୍ଷରେ ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା ଲାଗି ରାଜ୍ୟ ଏବଂ କେନ୍ଦ୍ରୀୟ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ଏନଡିଆରଏଫର ୭ଟି ଟିମ୍‌ ବାଲେଶ୍ୱରରେ ଏବଂ ମୟୁରଭଞ୍ଜରେ୧, କେନ୍ଦ୍ରାପଡ଼ାରେ ୩, ଯାଜପୁରରେ ୨, ଜଗତସିଂହପୁର ୧ ଓ ଭଦ୍ରକରେ ୪ ଟିମ୍‌ ନିୟୋଜିତ କରାଯାଇଛି । ମୁଣ୍ଡୁଳିସ୍ଥିତ ଏନଡିଆରଏଫ ବାଟାଲିୟନରେ ୪ଟି ଟିମକୁ ଜରୁରୀକାଳୀନ ସ୍ଥିତି ପାଇଁ ସଜାଗ ରଖାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିଦ ସଙ୍କେତ ଜାରି କରାଯାଇଛି । ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ରାଜ୍ୟ ସରକାରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡିଶାକୁ ଆଉ ୧୦ଏନଡିଆରଏଫ ଟିମ୍‌ ସୋମବାର ସୁଦ୍ଧା ଅଣାଯିବ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟରେ ୨୨ଟି ଟିମକୁ ସଜାଗ ରଖାଯିବା ସହ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି ।

ସେହି ଭଳି ୬୦ଟି ଓଡ୍ରାଫ ଟିମ୍‌ ଓ ୧୭୫ଟି ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯାଇଥିବା ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ସେହିପରି ବାତ୍ୟା “ୟସ୍‌’ମୁକାବିଲା ପାଇଁ ସରକାରୀସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।ଅନ୍ୟପକ୍ଷରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ନେଇ ଘନ ଘନ ବୈଠକ ଅନୁଷ୍ଠିତ ହୋଇଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି, ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ଜଳ ସମ୍ପଦ ବିଭାଗର କୗେଣସି ଅଧିକାରୀ ହେଡ କ୍ୱାଟର୍ସ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି । ଏନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ସେହିପରି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବ ରେଳପଥ ପକ୍ଷରୁ ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେଓଡ଼ିଶା ବାଟ ଦେଇ କିମ୍ବା ଓଡ଼ିଶାକୁ ଚାଲିବାକୁ ଥିବା ୨୫ଟି ଟ୍ରେନକୁ ବାତିଲ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ସଶସ୍ତ୍ର ସେନା ପ୍ରସ୍ତୁତ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିାଇଁ୧୬ଟି ପରିବହନ ଏୟାରକ୍ରାପ୍‌, ୨୦ଟି ହେଲିକାପ୍ଟରକୁ ସଜାଗ ରଖାଯାଇଛି । ସେହିରି ୪ଟି ବୁଡାଳୀ,୧୦ଟି ବନ୍ୟା ସହାୟତାକାରୀ ଦଳ କୋଲକାତା, ଭୁବନେଶ୍ୱର ଓ ଚିଲିକାରେ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.