fbpx

ସରକାରୀ କର୍ମଚାରୀ ହେଲେ ମାଲାମାଲ! ଆକାଉଣ୍ଟକୁ ଆସିଲା ବକେୟା ଡିଏ ଟଙ୍କା

ନୂଆଦିଲ୍ଲୀ: ସକରାରୀ କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସିଖବର । କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ସହ ଅନେକ ରାଜ୍ୟ ମଧ୍ୟ ଡିଏକୁ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି । ଅନେକ ରାଜ୍ୟରେ କର୍ମଚାରୀଙ୍କ ଡିଏ ୩୪% ବଢ଼ିଛି । ଏବେ ମହାରାଷ୍ଟ୍ର ସରକାର ମଧ୍ୟ ନିଜ କର୍ମଚାରୀଙ୍କୁ ମଡ଼ ଖୁସି ଖବର ଦେଇଛନ୍ତି । ଏହା ପୂର୍ବରୁ ହିଁ କର୍ମଚାରୀଙ୍କ ଆକାଉଣ୍ଟରେ ବକେୟା ୨ଟି କିସ୍ତି ଦେଇସାରିଛନ୍ତି । ଏବେ ସରକାର ତୃତୀୟ କିସ୍ତି ଆକାଉଣ୍ଟରେ ପଠାଉଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ସରକାର ସପ୍ତମ ବେତନ ଆୟୋଗ ଅଧୀନରେ ବକେୟା ତୃତୀୟ କିସ୍ତି ଦେବାକୁ ଘୋଷଣା କରିସାରିଥିଲେ । ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ପୂର୍ବରୁ ଏହାର କାଗଜପତ୍ର ଶେଷ ହୋଇଥିଲା । ବର୍ତ୍ତମାନ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ବକେୟା ତୃତୀୟ କିସ୍ତି କର୍ମଚାରୀଙ୍କ ଆକାଉଣ୍ଟରେ ଆସିବାରେ ଲାଗିଛି । ସରକାର ତାଙ୍କ ପକ୍ଷରୁ ତୃତୀୟ କିସ୍ତି ଜାରି କରିଛନ୍ତି ।

ତେବେ ୨୦୧୯ ମସିହାରେ ମହାରାଷ୍ଟ୍ରରେ ଜିଲ୍ଲା ପରିଷଦ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସପ୍ତମ ବେତନ ଆୟୋଗ ଲାଗୁ କରାଯାଇଥିଲା । ଏହା ପରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ୫ ବର୍ଷ ମଧ୍ୟରେ ଏବଂ ୨୦୧୯-୨୦ ବର୍ଷ ଠାରୁ ପାଞ୍ଚଟି କିସ୍ତିରେ କର୍ମଚାରୀଙ୍କୁ ସେମାନଙ୍କ ଦେୟ ପ୍ରଦାନ କରାଯିବ । ଏହା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀମାନେ ୨ଟି କିସ୍ତି ପାଇଛନ୍ତି । ବର୍ତ୍ତମାନ ତୃତୀୟ କିସ୍ତି ଆକାଉଣ୍ଟରେ ଆସିବାରେ ଲାଗିଛି । ଏହା ପରେ,ଚତୁର୍ଥ ଏବଂ ପଞ୍ଚମ କିସ୍ତିଗୁଡ଼ିକ ମଧ୍ୟ ଜାରି କରାଯିବ ।

Get real time updates directly on you device, subscribe now.