fbpx

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନୂଆ ଇନିଙ୍ଗ୍‌ସ ଆରମ୍ଭ କରିବେ ଦବଙ୍ଗ ଗାର୍ଲ ସୋନାକ୍ଷୀ, ସୁପର୍‌ଷ୍ଟାର ଚିରଞ୍ଜୀବୀଙ୍କ ସହ କରିବେ ଅଭିନୟ

ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ୍‌ରେ ନିଜ ଅଭିନୟର କମାଲ୍‌ ଦେଖାଇବା ପରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଆଗାମୀ ଦିନରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କର ନୂଆ ଇନିଙ୍ଗ୍‌ସ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଫିଲ୍ମର ନାଁ କ’ଣ ରହିଛି, ସେ ସମ୍ପର୍କିତ ସୂଚନା ମିଳିନଥିଲେ ମଧ୍ୟ ସେ ସୁପର୍‌ଷ୍ଟାର ଚିରଞ୍ଜୀବୀଙ୍କ ନାୟିକା ସାଜିବେ ବୋଲି ଚର୍ଚ୍ଚା ହେଉଛି । କେ.ଏସ୍‌ ରବୀନ୍ଦ୍ରଙ୍କ ନିର୍ଦ୍ଧେଶିତ ଏହି ଫଲ୍ମ ଚଳିତବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ସୂଚନା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ ।

ବର୍ତ୍ତମାନ ଚିରଞ୍ଜୀବୀ ‘ ଆଚାର୍ଯ୍ୟ’ରେ କାମ କରୁଛନ୍ତି । ଏହାର ଫାଇନାଲ୍‌ ସୁଟିଂ ମେ’ ମାସରେ କରାଯିବାର ଥିଲା । କିନ୍ତୁ ଲକ୍‌ଡାଉନ ପାଇଁ ଏହା ସମ୍ଭବ ହୋଇପାରିନାହିଁ । ତେଣୁ ଜୁଲାଇର ପ୍ରଥମ ସପ୍ତାହରେ ଏହି ଫିଲ୍ମର ବାକି ସୁଟିଂ ଆରମ୍ଭ କରାଯିବ । ୨୦୧୪ରେ ରଜନୀକାନ୍ତଙ୍କ ଅଭିନୀତ ‘ଲିଙ୍ଗା’ ମାଧ୍ୟମରେ ସୋନାକ୍ଷୀ ତାମିଲ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତେବେ ପରଦା ଉପରେ ସୋନାକ୍ଷୀ ଓ ଚିରଞ୍ଜୀବୀଙ୍କ ଯୋଡି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.