ଗୁରୁବାର ଚମକିବ ଏହିସବୁ ରାଶିଙ୍କର ଭାଗ୍ୟ; ଉନ୍ନତିର ନୂଆ ରାସ୍ତା ସହ ମିଳିବ ଅପାର ଧନଲାଭ !

ଆଜିର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ, କେଉଁ ରାଶିକୁ ମିଳିବ କେଉଁ ଶୁଭଫଳ

ଓଡ଼ିଶା ଭାସ୍କର ଡେସ୍କ: ଆଜି ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ତିଥି ଏବଂ ଗୁରୁବାର। ଆଜି କୃତ୍ତିକା ନକ୍ଷତ୍ର ଏବଂ ରବି ଯୋଗ ସହିତ ଶୀତଳା ସପ୍ତମୀ ପାଳନ କରାଯାଉଛି। ଜାଣନ୍ତୁ ମେଷ ଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ରାଶିର ଦୈନନ୍ଦିନ ଫଳାଫଳ..

ମେଷ ରାଶି: ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଦାୟିତ୍ୱପୂର୍ଣ୍ଣ କାମ ମିଳିବ। ସାଙ୍ଗମାନଙ୍କ ସହଯୋଗରେ ଚ୍ୟାଲେଞ୍ଜଗୁଡ଼ିକୁ ପୂର୍ଣ କରିବେ। ମାଆଙ୍କୁ ମନର କଥା କହି ମାନସିକ ଶାନ୍ତି ପାଇବେ। (ଶୁଭ ରଙ୍ଗ – ହଳଦିଆ, ଶୁଭ ଅଙ୍କ – ୧)

ବୃଷ ରାଶି: ସନ୍ତାନମାନଙ୍କ ପକ୍ଷରୁ କୌଣସି ଖୁସିଖବର ମିଳିବ। ଚାକିରି ତଥା କ୍ୟାରିୟର ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ। (ଶୁଭ ରଙ୍ଗ – ଗୋଲାପୀ, ଶୁଭ ଅଙ୍କ – ୯)

ମିଥୁନ ରାଶି: ଆଜି ଧୈର୍ଯ୍ୟର ସହିତ କାମ କରିବାର ଦରକାର। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ଆସୁଥିବା ବାଧାବିଘ୍ନ ଦୂର ହେବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ମିଳିବ। (ଶୁଭ ରଙ୍ଗ – କଳା, ଶୁଭ ଅଙ୍କ – ୪)

କର୍କଟ ରାଶି: ବ୍ୟାପାରରେ କରାଯାଇଥିବା ପରିବର୍ତ୍ତନରୁ ଭଲ ଆୟ ହେବ। ଧାର କରଜ ଦେଣନେଣରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହିତ ସମୟ ଭଲ କଟିବ। (ଶୁଭ ରଙ୍ଗ – ମାଜେଣ୍ଟା, ଶୁଭ ଅଙ୍କ – ୯)

ସିଂହ ରାଶି: ଜମିଜମା ବିବାଦରେ ବିଜୟ ପ୍ରାପ୍ତି ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ବେଶ୍ ଲାଭଦାୟକ ରହିବ ଏବଂ କୌଣସି ବଡ଼ ଡିଲ୍ ଚୂଡ଼ାନ୍ତ ହୋଇପାରେ। (ଶୁଭ ରଙ୍ଗ – ହଳଦିଆ, ଶୁଭ ଅଙ୍କ – ୫)

କନ୍ୟା ରାଶି: ଆୟର ନୂତନ ଉତ୍ସ ମିଳିବା ସହ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ। ପରିବାରରେ ଚାଲିଥିବା ସମସ୍ୟାର ସମଧାନ ମିଳିବ। (ଶୁଭ ରଙ୍ଗ – ମେରୁନ୍, ଶୁଭ ଅଙ୍କ – ୩)

ତୁଳା ରାଶି: ଶ୍ୱଶୁରଘରୁ କୌଣସି ସୁସମ୍ବାଦ ମିଳିପାରେ। ପରିବାରରେ କୌଣସି ବିଶେଷ ଅତିଥିଙ୍କ ଆଗମନ ଦ୍ୱାରା ପରିବେଶ ଆନନ୍ଦଦାୟକ ହେବ। (ଶୁଭ ରଙ୍ଗ – ବାଇଗେଣୀ, ଶୁଭ ଅଙ୍କ – ୫)

ବିଛା ରାଶି: କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ମେଳ ରହିବ। (ଶୁଭ ରଙ୍ଗ – ଲାଲ୍, ଶୁଭ ଅଙ୍କ – ୨)

ଧନୁ ରାଶି: ପରିବାରରେ ଝିଅର ବଡ଼ ସଫଳତା ଯୋଗୁଁ ଖୁସିର ପରିବେଶ ରହିବ। କାର୍ଯ୍ୟରେ ଏକାଗ୍ରତା ବଜାୟ ରଖନ୍ତୁ। (ଶୁଭ ରଙ୍ଗ – ଧଳା, ଶୁଭ ଅଙ୍କ – ୮)

ମକର ରାଶି: ଅଫିସରେ ସହକର୍ମୀଙ୍କ ସହ ଭଲ ବ୍ୟବହାର ରଖନ୍ତୁ। ପରିବାରରେ କୌଣସି ନୂତନ ଅତିଥିଙ୍କ ଆଗମନ ହୋଇପାରେ। (ଶୁଭ ରଙ୍ଗ – ସିଲଭର୍, ଶୁଭ ଅଙ୍କ – ୭)

କୁମ୍ଭ ରାଶି: କୌଣସି ଜଣେ ସମ୍ମାନଜନକ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପ୍ରପର୍ଟି ଡିଲରମାନଙ୍କ ପାଇଁ ଦିନଟି ଆର୍ଥିକ ଲାଭଦାୟକ ରହିବ। (ଶୁଭ ରଙ୍ଗ – ସୁନେଲି, ଶୁଭ ଅଙ୍କ – ୩)

ମୀନ ରାଶି: ଉଚ୍ଚାଧିକାରୀଙ୍କ ସାମାନ୍ୟ ସହଯୋଗ ମିଳିବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ୍ ମଧୁର ରହିବ। (ଶୁଭ ରଙ୍ଗ – ଗୋଲାପୀ, ଶୁଭ ଅଙ୍କ – ୬)