ବାକି ଥିବା ଟଙ୍କା ମିଳିବ, ନୂଆ ଗାଡ଼ି କିଣିପାରନ୍ତି, ସେୟାର ବଜାରରେ ମିଳିବ ଲାଭ ହିଁ ଲାଭ,ଏହି ରାଶିଙ୍କର ଖୋଲିବ ଭାଗ୍ୟ
ଆଜିର ରାଶିଫଳ: କେଉଁ ରାଶିର ଖୋଲିବ ଭାଗ୍ୟ, କାହାକୁ ମିଳିବ ଧନଲାଭ
Horoscope: ଆଜି ୪ ଜୁଲାଇ ୨୦୨୬, ଆଷାଢ଼ କୃଷ୍ଣ ପକ୍ଷର ଚତୁର୍ଥୀ ତିଥି ଏବଂ ଶନିବାର । ଚତୁର୍ଥୀ ତିଥି ଆଜି ମଧ୍ୟାହ୍ନ ୧୨ଟା ୪୧ ପର୍ଯ୍ୟନ୍ତ ରହିବ, ଏହାପରେ ପଞ୍ଚମୀ ତିଥି ଆରମ୍ଭ ହେବ । ଆଜି ସଂନ୍ଧ୍ୟା ୫ଟା ୨ ମିନିଟ୍ ପର୍ଯ୍ୟନ୍ତ ପ୍ରୀତି ଯୋଗ ରହିବ । ଏହାସହ ଆଜି ଦିନ ୧ଟା ୪୪ ପର୍ଯ୍ୟନ୍ତ ଘନିଷ୍ଠା ନକ୍ଷତ୍ର ରହିବ ଏବଂ ତା’ପରେ ଶତଭିଷା ନକ୍ଷତ୍ର ଲାଗିବ । ଏହାଛଡ଼ା ଆଜି ପଞ୍ଚକ ରହିଛି ଏବଂ ଆଜି ସନ୍ଧ୍ୟା ୭ଟା ୧୩ ମିନିଟ୍ରେ ଶୁକ୍ର ସିଂହ ରାଶିରେ ଗୋଚର କରିବେ । ଆସନ୍ତୁ ଜାଣିବା ସମସ୍ତ ୧୨ଟି ରାଶିର ରାଶିଫଳ..
ମେଷ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆପଣ ନିଷ୍ପତ୍ତି ନେଇପାରନ୍ତି । ଧର୍ମ ଏବଂ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ । ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ ଲକ୍ଷ୍ୟ ହାସଲ ହେବ । ମହିଳା ବ୍ୟବସାୟୀମାନେ ଆଜି ବ୍ୟସ୍ତ ରହିବେ, ମାତ୍ର ସଞ୍ଜ ବେଳେ ପରିବାର ସହ ସମୟ ବିତାଇବେ ।
ବୃଷ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ । ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସମୟ ବାହାର କରିବା ଜରୁରୀ, ଏହାଦ୍ୱାରା ମନୋବଳ ବଢ଼ିବ । ସରକାରୀ ଚାକିରିଆଙ୍କୁ ମନପସନ୍ଦର କାର୍ଯ୍ୟଭାର ମିଳିବାରୁ ଆଶ୍ୱସ୍ତି ମିଳିବ । ବ୍ୟବସାୟିକ ଡିଲ୍ ପାଇଁ ଅଧିକ ଚିନ୍ତା ନକରି ସୁଯୋଗର ହାତଛଡ଼ା କରନ୍ତୁ ନାହିଁ ।
ମିଥୁନ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଚମତ୍କାର ରହିବ । ପାରିବାରିକ ମତଭେଦ ସମାପ୍ତ ହେବ ଏବଂ ଘରେ ଶାନ୍ତିର ମାହୋଲ ରହିବ । ବିନା ମାଗଣାରେ କାହାକୁ ପରାମର୍ଶ ଦିଅନ୍ତୁ ନାହିଁ । ନିଜ କ୍ଷମତା ଉପରେ ବିଶ୍ୱାସ ରଖନ୍ତୁ ଏବଂ ଧର୍ଯ୍ୟବାନ ହୁଅନ୍ତୁ । ବିପରୀତ ପରିସ୍ଥିତିକୁ ସାହସର ସହ ମୁକାବିଲା କରି ଆପଣ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ।
କର୍କଟ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଅଫିସ୍ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ । ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଲୋକଙ୍କୁ ନୂଆ ଫିଲ୍ମର ଅଫର ମିଳିପାରେ । ବ୍ୟବସାୟରେ ପ୍ରଡକ୍ସନ ସହ ମାର୍କେଟିଂ ଉପରେ ଧ୍ୟାନ ଦିଅନ୍ତୁ । ଘର ପାଇଁ ସପିଂ କରିପାରନ୍ତି । ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ ।
ସିଂହ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଦୀର୍ଘ ଦିନରୁ ଅଟକି ରହିଥିବା କାମ ଆଜି ଅଳ୍ପ ପରିଶ୍ରମରେ ସଫଳ ହେବ, ଯାହାଦ୍ୱାରା ମନ ପ୍ରସନ୍ନ ରହିବ । ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ସାହାଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଯୁବପିଢ଼ିଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ଶୁଭ ଯୋଗ ଅଛି ।
କନ୍ୟା ରାଶି: ଆଜି ଦିନଟି ଆପଣଙ୍କ ସପକ୍ଷରେ ରହିବ । ଭାଇଭଉଣୀଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହେବ । ନିଜର କାର୍ଯ୍ୟଯୋଜନାକୁ ଗୋପନୀୟ ରଖନ୍ତୁ, ଏହାଦ୍ୱାରା କାମ ସମୟରେ ଶେଷ ହେବ । କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ । ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ପାଇଁ ପରିଶ୍ରମ କଲେ ଭଲ ଫଳ ପାଇବେ ।
ତୁଳା ରାଶି: ଆଜି ଆପଣ ଆତ୍ମବିଶ୍ୱାସରେ ଭରପୂର ରହିବେ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଅଟକି ରହିଥିବା ଧନ ମିଳିବା ଦ୍ୱାରା ଆର୍ଥିକ ସ୍ଥିତି ସୁଧୁରିବ । ବିନା ବିଚାରରେ କୌଣସି ପଲିସିରେ ବିନିଯୋଗ କରନ୍ତୁ ନାହିଁ । ବିଦେଶ ସହ ଜଡ଼ିତ ବ୍ୟବସାୟରେ ମନମୁତାବକ ଲାଭ ମିଳିବ ।
ବିଛା ରାଶି: ଆଜି ଦିନଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଛାତ୍ରଛାତ୍ରୀମାନେ ସେମାନଙ୍କ ପରିଶ୍ରମର ଭଲ ପରିଣାମ ପାଇବେ । ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ ଏବଂ କୌଣସି ଧାର୍ମିକ ଅନୁଷ୍ଠାନକୁ ଯିବାର ସୁଯୋଗ ମିଳିବ । ବନ୍ଧୁମାନଙ୍କ ସହ ଭ୍ରମଣର ଯୋଜନା କରିପାରନ୍ତି । ଚାକିରିରେ ବଦଳି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ମନପସନ୍ଦର ସ୍ଥାନ ମିଳିବାର ସମ୍ଭାବନା ଅଛି ।
ଧନୁ ରାଶି: ଆଜି ଆପଣଙ୍କ ଦିନଟି ଚମତ୍କାର ରହିବ । ମଧ୍ୟାହ୍ନ ପରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ସମ୍ପୂର୍ଣ୍ଣ ଅନୁକୂଳ ହେବ, ତେଣୁ ଗୁରୁତ୍ୱପୂର୍ଣ୍ଣ କାମର ଯୋଜନା ପ୍ରସ୍ତୁତ କରିନିଅନ୍ତୁ । ବ୍ୟବସାୟରେ ପରିଶ୍ରମ ଠାରୁ ଅଧିକ ଲାଭ ମିଳିବ ଏବଂ ଆର୍ଥିକ ଉନ୍ନତି ପାଇଁ ନୂଆ ସୁଯୋଗ ପ୍ରାପ୍ତ ହେବ ।
ମକର ରାଶି: ଆଜି ଆପଣଙ୍କ ଦିନଟି ବେଶ୍ ଭଲ କଟିବ । ବ୍ୟବସାୟରେ ଲାଭର ଯୋଗ ଅଛି ଏବଂ କୌଣସି ସାଇଡ୍ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ । ରାଜନୀତିରେ ରୁଚି ଥିବା ଲୋକଙ୍କୁ ଆଜି କୌଣସି ଦଳରେ ବଡ଼ ପଦବୀ ମିଳିପାରେ । ପାରିବାରିକ ସମ୍ପର୍କ ମଜବୁତ ହେବ । ନୂଆ କାର୍ଯ୍ୟ ଆରମ୍ଭ କଲେ ସଫଳତା ନିଶ୍ଚୟ ମିଳିବ ।
କୁମ୍ଭ ରାଶି: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ଯଦି ଆଜି କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତେବେ ସେଥିରେ ସଫଳତା ମିଳିବାର ପୂରା ସମ୍ଭାବନା ଅଛି । ସ୍ୱପ୍ନ ଦେଖିଥିବା କାମ ସଠିକ୍ ସମୟରେ ପୂରଣ ହେବ । ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ କ୍ୟାରିୟର ଜନିତ ସମସ୍ୟାର ସମାଧାନ ମିଳିବ ।
ମୀନ ରାଶି: ଆଜି ଆପଣଙ୍କୁ କିଛି ନୂଆ ଅଭିଜ୍ଞତା ମିଳିବ । ଅନ୍ୟ ମାମଲାରେ ମୁଣ୍ଡ ପୂରାଇବାରୁ ଦୂରେଇ ରୁହନ୍ତୁ । ଜମି ଜମା ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି, ମାତ୍ର ବଡ଼ ପ୍ରୋଜେକ୍ଟରେ ପଇସା ଲଗାଇବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ । ଚାକିରିରେ ପଦୋନ୍ନତି କିମ୍ବା ଚାକିରି ବଦଳାଇବାର ନୂଆ ସୁଯୋଗ ମିଳିପାରେ, ଏ ସମ୍ପର୍କରେ ଚିନ୍ତାଧାରା କରି ନିଷ୍ପତ୍ତି ନିଅନ୍ତୁ ।


