fbpx

ଲିକ୍ ହୋଇଗଲା ହଜାର ହଜାର ଭାରତୀୟଙ୍କ ଡାଟା, ଆପଣ ବି ହୋଇଯାଆନ୍ତୁ ସାବଧାନ୍

ନୂଆଦିଲ୍ଲୀ: କୋଭିଡ ସମ୍ବନ୍ଧୀତ ବ୍ୟକ୍ତଗତ ତଥ୍ୟ ଏକ ସରକାରୀ ସର୍ଭରରୁ ଲିକ୍ ହେବା ମାମଲା ସାମ୍ନାକୁ ଆସିଛି । ଲିକ୍ ହୋଇଥିବା ଡାଟାରେ ପାଖାପାଖି ୨୦ ହଜାର ଭାରତୀୟଙ୍କ ମୋବାଇଲ ନମ୍ବର, ଠିକଣା ଓ କୋଭିଡ ଟେଷ୍ଟର ପରିଣାମ ସାମିଲ ରହିଛି । ଏହି ଡାଟାକୁ ରେଡ ଫୋରମର ୱେବସାଇଟରେ ବିକ୍ରୟ ପାଇଁ ରଖାଯାଇଛି । ସାଇବର ବିଶେଷଜ୍ଞଙ୍କ କହିବା ମୁତାବକ, ଏହି ଡାଟାର ଅପରାଧୀମାନେ ଅପବ୍ୟବହାର କରିପାରିବେ । ରେଡ ଫୋରମରେ ଅଂଶୀଦାର ହୋଇଥିବା ନମୁନା ଡକ୍ୟୁମେଣ୍ଟ ଦର୍ଶାଏ ଯେ ଲିକ୍ ଡାଟା କୋଭିନ୍ ପୋର୍ଟାଲରେ ଅପଲୋଡ ହେବା ପାଇଁ ଉଦ୍ଦିଷ୍ଟ ।

ତେବେ ରେଡ୍ ଫୋରମରେ ଉପଲବ୍ଧ ଏହି ତଥ୍ୟରେ ଅନେକ ବ୍ୟକ୍ତିଗତ ସୂଚନା ସାମିଲ । ଲୋକଙ୍କ କୋଭିଡ଼ ରିପୋର୍ଟର ରେଜଲ୍ଟ, ନାଁ, ବୟସ, ଲିଙ୍ଗ, ମୋବାଇଲ ନମ୍ବର, ଠିକଣା ଓ ତାରିଖ ଭଳି ସୂଚନା ଦେିବାକୁ ମିଳିଥାଏ ।

ଜାନୁୟାରୀ ୨୦ ରେ ଅନ୍ୟ ଏକ ଟ୍ୱିଟରେ ସାଇବର ସୁରକ୍ଷା ଅନୁସନ୍ଧାନକାରୀ ରାଜଶେଖର ରାଜରିଆ ଚେତାବନୀ ଦେଇଛନ୍ତି ଯେ, ଲୋକମାନେ ବର୍ତ୍ତମାନ ସାବଧାନ ହେବା ଆବଶ୍ୟକ। ଡାର୍କ ୱେବରେ ଡାଟା ବିକ୍ରି ହେଉଛି । ଯଦି କୌଣସି ଅଜଣା କଲ୍ ଆସେ ବା କୌଣସି ଅଫର୍ ମିଳେ, ବିଶେଷକରି କୋଭିଡ୍ -19 ସହିତ ଜଡିତ ତେବେ ଏହାର ଶିକାର ହୁଅନ୍ତୁ ନାହିଁ ଏବଂକୌଣସି ପ୍ରକାରର ସୂଚନା ଦିଅନ୍ତୁ ନାହିଁ ।

Get real time updates directly on you device, subscribe now.