fbpx

‘ମା’ର ଅଛି ଅନୈତିକ ସମ୍ପର୍କ’, ନିଜ ପୁଅ-ଝିଅଙ୍କ ସାଙ୍ଘାତିକ ଅଭିଯୋଗ ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଆର ଚରିତ୍ରକୁ ନେଇ ପୁଅଝିଅ ଆଣିଲେ ସଙ୍ଗୀନ ଅଭିଯୋଗ । ଅନୈତିକ ସମ୍ପର୍କ ରଖୁଥିବା ନେଇ ମାଆ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁଅଝିଅ । ଏଭଳି ଘଟଣା ରାଜଧାନୀରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମାଆ କହିଛନ୍ତି ଏସବୁ ମିଥ୍ୟା ।

ମାଆ ନାଁରେ ନିଜ ପୁଅଝିଅ ଆଣିଥିବା ସଙ୍ଗୀନ ଅଭିଯୋଗ ଯେତିକି ଚର୍ଚ୍ଚା ହେଉଛି ଠିକ୍ ସେମିତି ଝିଅ ନାଁରେ ମା’ ମଧ୍ୟ ଆଣିଲେ ପାଲଟା ଅଭିଯୋଗ । ଏଭଳି ଘଟଣାକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚା ଜୋର୍ ଧରିଛି । ନିଳାଦ୍ରୀ ବିହାରର ଏହି ଚର୍ଚ୍ଚିତ ଘଟଣା ଏବେ ଥାନାରେ ପହଞ୍ଚିଛି । ମାଆର ଚରିତ୍ରକୁ ନେଇ ପୁଅ ଓ ଝିଅ ବିରୋଧ କରିବାରୁ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ଅଭିଯୋଗ କରି ପୁଅ-ଝିଅ ପୋଲିସ୍ ନିକଟରେ ପହଞ୍ଚିଛନ୍ତି ।

ଶୁଣନ୍ତୁ କଣ କହୁଛନ୍ତି ଝିଅ:

ଅନ୍ୟପଟେ ଝିଅ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ଝିଅ ସହିତ ବହୁ ପୁରୁଷଙ୍କ ଅନୈତିକ ସମ୍ପର୍କ ବାବଦରେ ଜାଣିବା ପରେ ମାଆ ବାରଣ କରି ମାରପିଟ କରିଥିବା କହିଛନ୍ତି । ତେଣୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି । କିନ୍ତୁ ଝିଅ ଓ ପୁଅ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ମାଆ କହିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ । ଏହି ମାମଲାରେ ସମ୍ପୃକ୍ତ ମା’ କହିଛନ୍ତି ଯେ ସ୍ମୃତି ରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତି ଲାଗି ସବୁ ସମସ୍ୟା ଉଠୁଛି । ସେ ଜୋରଜବରଦସ୍ତ ତାଙ୍କ ପିଲାମାନଙ୍କୁ ଭେଟୁଛନ୍ତି ଏବଂ ମନା କଲେ ମାଡ଼ ମଧ୍ୟ ମାରୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ଝିଅ ସହ ଫିଜିକାଲ୍ ରିଲେସନ୍ ମଧ୍ୟ ରହିଛି ବୋଲି ମା’ ଅଭିଯୋଗ କରିଛନ୍ତି । ତାଙ୍କୁ ନିଶା ଓଷଧ ଦେଇ ତାଙ୍କ ଝିଅ ଓ ସ୍ମୃତି ଶାରିରୀକ ସମ୍ପର୍କ ରଖିଥିବା ଏବଂ ସେ ଯାହା କହୁଛି ସେହି ଅନୁସାରେ ପିଲାମାନେ କାମ କରୁଛନ୍ତି ବୋଲି ସେ କହିଛନ୍ତି । ଏହି କଥା ଜଣାପଡ଼ିବା ପରେ ପିଲାମାନେ ମିଛ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ସ୍ମୃତିଙ୍କ ନାଁରେ ସେ ଏତଲା ଦେଇଥିବାବେଳେ ଏଥିପାଇଁ ସେ ଧମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି  ମା’। ପିଲାଙ୍କୁ ତାଗିଦ୍ କରିବାକୁ ଯାଇ ସେ ମାଡ଼ ମାରିଥିବା ମଧ୍ୟ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି ।

ସେପଟେ ମା’ର ଅନୈତିକ ସମ୍ପର୍କ ଓ ସେମାନଙ୍କୁ ମାଡ଼ ମାରିବା ନେଇ ଝିଅ-ପୁଅ ଫର୍ଦ ଫର୍ଦ ଲେଖି ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ।

ଶୁଣନ୍ତୁ କଣ କହୁଛନ୍ତି ମା’:

Get real time updates directly on you device, subscribe now.