fbpx

‘ପୈତୃକ ସମ୍ପତ୍ତି ଉପରେ ରହିଛି ଝିଅଙ୍କ ସମାନ ଅଧିକାର’; ପୂର୍ବ ରାୟକୁ ପୁଣି ଦୋହରାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାପାଙ୍କ ସମ୍ପତ୍ତି ଉପରେ ଘରର ଝିଅ ତଥା ମହିଳାଙ୍କର ରହିଛି ପୁଅଙ୍କ ପରି ସମାନ ଅଧିକାର । ନିଜର ପୂର୍ବ ରାୟକୁ ପୁଣିଥରେ ଦୋହରାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଦୁଇ ଜଣିଆ ଖଣ୍ଡପୀଠ । ପୂର୍ବରୁ ଦେଇଥିବା ରାୟକୁ ଦୋହରାଇ କହିଛନ୍ତି ଯେ, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରୁ କେହି ବି ରୋକିପାରିବେ ନାହିଁ । ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ମଧ୍ୟ ଲାଗୁ ହେବ ନିୟମ । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟ କହିଛନ୍ତି ଯେ, ପୈତୃକ ସମ୍ପତ୍ତି ଝିଅଙ୍କୁ ସେମାନଙ୍କ ଭାଗର ସମ୍ପତ୍ତି ମିଳିବ । ଝିଅ ପାଖରେ ଜନ୍ମରୁ ହିଁ ବାପାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି । ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍ ଅବଦୁଲ ନାଜିର୍ ଏବଂ ଜଷ୍ଟିସ୍ କ୍ରିଷ୍ଣା ମୁରାରିଙ୍କ ଜରିଆରେ ଏହି ଶୁଣାଣି ହୋଇଥିଲା । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି ଝିଅଙ୍କୁ ପୈତୃକ ସମ୍ପତ୍ତିି ଦେବାରେ କେହି ବି ବଞ୍ଚିତ କରିପାରିବେ ନାହିଁ ।

ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କ ସମାନ ଅଧିକାର ରହିଛି । ସେହିପରି ଇଚ୍ଛାପତ୍ର ଲେଖା ହେବା ପୂର୍ବରୁ ମୃତ୍ୟୁ ହୋଇଥିଲେ ସନ୍ତାନଙ୍କୁ ସମ୍ପତ୍ତି ମିଳିବ । ଯଦି ଏହା ନମିଳେ ତେବେ ଝିଅ ଏଥିପ୍ରତି ଦାବି କରିପାରିବେ । ୨୦୧୮ ମସିହାରେ ଏ ସଂକ୍ରାନ୍ତରେ ରାୟ ଶୁଣାଇ ଝିଅ ଏବଂ ପୁଅକୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ ।

 

Get real time updates directly on you device, subscribe now.