fbpx

ଆଳୁ ଖୋଳୁ ଖୋଳୁ ମିଳିଗଲେ ମହାଦେବ: ମନି ଲଣ୍ଡରିଂ ମାମଲାର ତଦନ୍ତ କରୁକରୁ ଇଡିକୁ ମିଳିଲା ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦର ଠିକଣା

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥାଏ । ତେବେ ଦାଉଦକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ କିଛି ବଳିଷ୍ଠ ପ୍ରମାଣ ଲାଗିଛି । ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ବିରୋଧରେ ଦାୟର ହୋଇଥିବା ମନି ଲଣ୍ଡରିଂ ମାମଲାର ସାକ୍ଷୀମାନେ ଏପରି କିଛି ଖୁଲାସା କରିଛନ୍ତି । ଏପରିକି ଦାଉଦ ପ୍ରତ୍ୟେକ ମାସରେ ଟଙ୍କା ପଠାଉଥିବା ବିଷୟରେ ମଧ୍ୟ ଜଣେ ସାକ୍ଷୀ ବୟାନ ଦେଇଛନ୍ତି ।

ସାକ୍ଷୀ ଜଣଙ୍କ କହିଛନ୍ତି ଯେ, ଦାଉଦ ୧୯୮୬ ମସିହାରେ ମୁମ୍ବାଇର ଦମୱାରୱାଲା ବିଲଡିଂର ଚତୁର୍ଥ ମହଲାରେ ରହୁଥିଲା । ଦାଉଦ ପାକିସ୍ତାନର କରାଚୀରେ ରହୁଥିବା ବିଷୟରେ ମୁଁ ମୋର ବିଭିନ୍ନ ଉତ୍ସରୁ ଜାଣିପାରିଛି । ଯେଉଁ ସମୟରେ ଦାଉଦ କରାଚୀ ଚାଲିଗଲା, ସେ ସମୟରେ ମୁଁ ଜନ୍ମ ହୋଇ ନଥିଲି । ମୁଁ କିମ୍ବା ମୋର କୌଣସି ପରିବାର ସଦସ୍ୟ ଦାଉଦର ସମ୍ପର୍କରେ ନଥିଲୁ ।

ସେହିପରି ଆଉ ସାକ୍ଷୀ କହିଛନ୍ତି, ଦିପାବଳୀ ଓ ଅନ୍ୟ ପର୍ବପର୍ବାଣି ସମୟରେ ବେଳେବେଳେ ଦାଉଦଙ୍କ ପତ୍ନୀ ଆମ ପରିବାର ସହ ମିଶିଥାନ୍ତି । ଦାଉଦ ନିଜ ସମ୍ପର୍କୀୟଙ୍କ ପାଖକୁ ଟଙ୍କା ପଠାଇବ ବୋଲି ଦାଉଦର ଭାଇ ମୋତେ କହିଥିଲେ । ସୂଚନାଯୋଗ୍ୟ ଯେ, ଏନସିପି ନେତା ନୱାବ ମଲ୍ଲିକଙ୍କୁ ଇଡି ଗତ ଫେବୃଆରୀ ମାସ ୨୩ ତାରିଖରେ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ।

Get real time updates directly on you device, subscribe now.