fbpx

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ: ପୋଲିସ ଛାନଭିନ୍ କରିବା ପରେ ଫ୍ରିଜ୍ ଭିତରୁ ମିଳିଲା ଜଣେ ବୃଦ୍ଧଙ୍କ ଶବ

ନୂଆଦିଲ୍ଲୀ: ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ତାଙ୍କର ବୃଦ୍ଧ ଦାଦାଙ୍କ ଶବ ଫ୍ରିଜରେ ରଖିଥିଲା । ତେବେ ପରେ ପୋଲିସ ଶବକୁ ଜବତ କରିବ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ବୃଦ୍ଧଙ୍କର ବୟସ ୯୩ ବର୍ଷ ହେବ ବୋଲି କୁହାଯାଇଛି ।

ଜଣାପଡ଼ିଛି ଯେ, ବିଗତ କିଛିଦିନ ଧରି ଏକ ଘରୁ ଦୁର୍ଗନ୍ଧ ଆସୁଥିବା ପାଖପଡ଼ୋଶୀ ଜାଣିପାରିଥିଲେ । ତେଣୁ ସନ୍ଦେହ ହେବାରୁ ସେମାନେ ଏନେଇ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିଲେ ହେଁ କିଛି ମିଳିନଥିଲା । ମାତ୍ର ଏହି ସମୟରେ ଇନ୍ସପେକ୍ଟରଙ୍କର ନଜର ଫ୍ରିଜ ଉପରେ ପଡ଼ିବା ପରେ ସେ ତାହାକୁ ଖୋଲିଥିଲେ । ଫ୍ରିଜ ଭିତରେ ଜଣେ ମଣିଷ ଶବ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ କିଛିଦିନ ପୂର୍ବରୁ ବୃଦ୍ଧଜଣଙ୍କ ଏକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ପାଖରେ ପଇସା ନଥିବାରୁ ଏପରି କରିଥିବା ଯୁବକ ଜଣଙ୍କ ପୋଲିସ ଆଗରେ ସ୍ୱୀକାର କରିଥିଲେ । ତେବେ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁ ସତ୍ୟ ପଦାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.