fbpx

ସେକ୍ସ ସମୟରେ ହଠାତ୍ ଶୋଇଗଲେ ପତି, ପତ୍ନୀଙ୍କର ହେଲା ମୃତ୍ୟୁ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ୭ା୫: ବ୍ରିଟେନର ଏକ ଦମ୍ପତ୍ତି ଛୁଟି କଟାଇବା ପାଇଁ ଏକ ରିସୋର୍ଟକୁ ଯାଇଥିଲେ । ତେବେ ସେଠାରେ ପତି ଜଣକ ହଠାତ୍ ଶୋଇପଡ଼ିବା କାରଣରୁ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ଏହି ମାମଲାର ଶୁଣାଣି କୋର୍ଟରେ ହୋଇଥିଲା । ବେପରୁଆ ମନୋବୃତ୍ତି ପାଇଁ କୋର୍ଟ ୫୨ ବର୍ଷୀୟ ସ୍ୱାମୀ ମାର୍ଟିନଙ୍କୁ ଦୋଷାରପ କରିବା ସହ ୬ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ମାର୍ଟିନ୍ ନିଜର ୩୮ ବର୍ଷୀୟା ପତ୍ନୀ କ୍ଲେରଙ୍କୁ ନେଇ ଏକ ବିଳାସପୂର୍ଣ୍ଣ ଲଜକୁ ଯାଇଥିଲେ । ଦମ୍ପତ୍ତିଙ୍କ ଏହି ଯାତ୍ରାରେ ମଦ୍ୟପାନ ସହିତ ଡ୍ରଗ୍ସ ସାମିଲ ରହିଥିଲା । ତେବେ ରୋମାନ୍ସ କରିବା ସମୟରେ ମାର୍ଟିନ ପତ୍ନୀଙ୍କୁ ବାନ୍ଧିବା ସହିତ ତାଙ୍କ ପାଟିରେ ମୋଜା ରଖିଦେଇଥିଲେ । ତେବେ ଅତ୍ୟଧିକ ମଦ୍ୟ ନିଶାରେ ଥିବା  ମାର୍ଟିନ ହଠାତ୍ ଶୋଇପଡ଼ିଥିଲେ । ଅନ୍ୟପକ୍ଷରେ କ୍ଲେର ବନ୍ଧା ହୋଇ ରହିଥିବାରୁ କିଛି କରିପାରିନଥିଲେ । ବେଳକୁ ବେଳ କ୍ଲେରଙ୍କ ଅବସ୍ଥା ବିଗିଡ଼ିବା ସହିତ କିଛି ମଧ୍ୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମାର୍ଟିନ ସକାଳୁ ନିଦରୁ ଉଠିଲା ବେଳକୁ କ୍ଲେରଙ୍କୁ ମୃତ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ରିସୋର୍ଟର କର୍ମଚାରୀମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ ।

Get real time updates directly on you device, subscribe now.