fbpx

‘ଓଡ଼ିଶା ଭାସ୍କର’ ଖବରଦାତା ମନୁ ତାଣ୍ଡିଙ୍କ ପରଲୋକ; ଅମର ଆତ୍ମାର ସଦଗତି ପାଇଁ ଶୋକସଭା

ନୂଆପଡ଼ା (ଭାସ୍କର ନ୍ୟୁଜ): ଖଡ଼ିଆଲ ଓଡ଼ିଶା ଭାସ୍କର ସମ୍ବାଦଦାତା ମନୁ ତାଣ୍ଡିଙ୍କ ଆଜି ପରଲୋକ ହୋଇଛି । ଏହି ଦୁଃଖଦ ଖବର ନେଇ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି । ଆଜି ବୁର୍ଲା ଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ତେବେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ “ଓଡ଼ିଶା ଭାସ୍କର’ ଅଫିସ ତରଫରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମନୁ ତାଣ୍ଡି ଜଣେ ପ୍ରେମୀ ବ୍ୟକ୍ତିତ୍ୱ ଭାବେ ବେଶ୍ ଜଣାଶୁଣା । ତାଙ୍କ ଜୀବନ ସଙ୍ଘର୍ଷମୟ ହୋଇଥିବାବେଳେ ଜର୍ଣ୍ଣାଲିଷ୍ଟ ଏସୋସିଏନ ଅଫ ନୂଆପଡ଼ାର ଜଣେ ସକ୍ରିୟ ସଦସ୍ୟ ରୂପେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ ।

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ରୂପେ କଳା, ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ସହଯୋଗ ଅତୁଳନୀୟ ଥିଲା । ସେହିପରି ଖଡ଼ିଆଳ ମହୋତ୍ସବର ଜଣେ ସକ୍ରିୟ ସଦସ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କ ଜୀବନର ରଙ୍ଗମଞ୍ଚରେ ଅନେକ ବାଧା ବିଘ୍ନ ସତ୍ତେ୍ୱ ସେ କେବେ ଭାଙ୍ଗି ପଡ଼ିନଥିଲେ । ତାଙ୍କର ଅବଦାନ କଳା, ସଂସ୍କୃତି ଏବଂ ସାହିତ୍ୟର ମାଟି ଖଡ଼ିଆଳ ସଦା ମନେ ରଖିବ । ତାଙ୍କର ପରଲୋକରେ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି କରାଯାଇଛି । ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

Get real time updates directly on you device, subscribe now.