fbpx

ମୁମ୍ବାଇ BJP ପ୍ରଦେଶ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ମୁମ୍ବାଇ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଶିଷ ଶେଲାରଙ୍କୁ ହତ୍ୟା ଧମକ ମିଳିଛି । ଆଶିଷଙ୍କ ବାନ୍ଦ୍ରା ସ୍ଥିତ ଅଫିସକୁ ଏକ ଧମକଭରା ଚିଠି ଆସିଛି । ତେବେ ଶେଲାରଙ୍କୁ ଟୁକଡ଼େ ଟୁକଡ଼େ କରି ଦିଆଯିବ ବୋଲି ଅଭିଯୁକ୍ତ ଲେଖିଥିବା ଜଣାପଡ଼ିଛି । ଉକ୍ତ ଚିଠିରେ ବିଜେପି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀଙ୍କ ବିରୋଧରେ ଅଭଦ୍ର ଭାଷାର ପ୍ରୟୋଗ କରାଯାଇଛି ।

ତେବେ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଶିଷଙ୍କ କାର୍ଯ୍ୟାଳୟକୁ ଏହି ଚିଠି କେହି ଜଣେ ଅଜ୍ଞାତ ବ୍ୟକ୍ତି ପଠାଇଛନ୍ତି । ଚିଠିଟି ଅଫିସର ଲେଟର ବକ୍ସରେ ଡ୍ରପ୍ କରାଯାଇଥିଲା । ଏନେଇ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଶିଷ ବାନ୍ଦ୍ରା ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏହି ଘଟଣାଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଗତ ୧୪ ତାରିଖରେ ଗଡ଼କରୀଙ୍କ ନାଗପୁର ସ୍ଥିତ କାର୍ଯ୍ୟାଳୟକୁ ଏକ ଅଜ୍ଞାତ ସୂତ୍ରରୁ ଏକ ଫୋନ୍ କଲ ଆସିଥିଲା । ସକାଳ ୧୧.୩୦ରୁ ୧୧.୪୦ ସମୟରେ ମାତ୍ର ୧୦ ମିନିଟ୍ ମଧ୍ୟରେ ଦୁଇ ଥର ଫୋନରେ ଧମକ ଦିଆଯାଇଥିଲା । ସେହିପରି ଗତ ୯ ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ଖଲିସ୍ତାନ ଦାବି କରୁଥିବା ଶିଖ ଫର ଜଷ୍ଟିସ ଦଳର ନେତା ଗୁରୁବନ୍ତ ସିଂ ପନ୍ନୁ ହତ୍ୟା ଧମକ ଦେଇଥିଲେ ।

Get real time updates directly on you device, subscribe now.