fbpx

ଦୀପକ ଚହରଙ୍କ ଲଢୁଆ ଇନିଂସ ବ୍ୟର୍ଥ: ୩-୦ରେ ସିରିଜ ହାରିଲା ଭାରତ

ନୂଆଦିଲ୍ଲୀ: ବ୍ୟର୍ଥ ହେଲା ଦୀପକ ଚହରଙ୍କ ଲଢୁଆ ଇନିଂସ । ଦଳକୁ ବିଜୟର ନିକଟତର କରେଇଲେ ହେଲେ ବିଜୟୀ କରି ପାରିଲେନି । ଚହରଙ୍କ ଲଢୁଆ ଏବଂ ଧୂଆଁଧାର ୫୪ ରନ ବଳରେ ଭାରତ ବିଜୟର ନିକଟତର ହୋଇଥିଲେ ହେଁ ଶେଷରେ ବାଜି ମାରି ନେଇଥିଲା ଘରୋଇ ଦଳ । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୬୫ ରନ କରିଥିବା ବେଳେ ଶିଖର ଧୱନ ୬୧ ରନ କରିଥିଲେ ।

୨୮୭ ରନର ପିଛା କରୁଥିବା ଭାରତ ପକ୍ଷରୁ ଓପନିଂ ଯୋଡିରେ ମାତ୍ର ୧୮ ରନ କରିଥିଲେ ଧୱନ ଓ ରାହୁଲ । ତେବେ ଦ୍ୱତୀୟ ୱିକେଟରେ କୋହଲି ଏବଂ ଧୱନଙ୍କ ମଧ୍ୟରେ ୯୮ ରନର ଭାଗିଦାରୀ ହୋଇଥିଲା । ଏହା ପରେ ଖାତା ଖୋଲିବ ା ପୂର୍ବରୁ ଋଷଭ ପନ୍ତ ଆଉଟ ହୋଇଥିଲେ । ଶ୍ରେୟସ ଆୟର(୨୬) ଏବଂ ସୂର୍ଯ୍ୟ କୁମାର ଯାଦବ (୩୯) ଭଲ ଆରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋରରେ ରୂପାନ୍ତର କରି ପାରିନଥିଲେ । ୨୧୦ରନରେ ଷଷ୍ଠ ୱିକେଟର ପତନ ପରେ କ୍ରିଜକୁ ଆସିଥିଲେ ଦୀପକ ଚହର । ଧୂଆଁଧାର ବ୍ୟାଟିଂ ସହିତ ଅର୍ଦ୍ଧଶତକ ହାସଲ କରିଥିଲେ ଦୀପକ ଚହର । ଦୀପକ ମାତ୍ର ୩୪ ବଲ ଖେଳି ନିଜର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ଇନିଂସରେ ୫ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଆଣ୍ଡିଲେ ଫେଲୁକ୍ୱାୟୋ ଏବଂ ଏନଗିଡି ୩ଟି ୱିକେଟ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତକୁ ତୃତୀୟ ଓଭରରେ ମିଳିଥିଲା ପ୍ରଥମ ସଫଳତା । ତେବେ ରାଶି ଭାନ ଦେର ଦୁସେନ(୫୨) ଏବଂ ଡି କକ୍(୧୨୪) ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲେ ହେଁ ଶେଷ ଆଡକୁ ମିଲର ଓ ପ୍ରିଟୋରିୟସ ଭଲ ବ୍ୟାଟିଂ କରି ଦଳୀୟ ସ୍କୋର ୨୮୦ ପାର କରାଇଥିଲେ । ଦଳ ୭୦ ରନରେ ୩ ୱିକେଟ ହରାଇଥିଲେ ହେଁ ଡି କକ୍(୧୨୪) ଓ ଭାନ ଦେର ଦୁଶେନଙ୍କ ମଧ୍ୟରେ ୧୪୪ ରନର ପାର୍ଟନରଶିପ ହୋଇଥିଲା । ୨୧୪ ରନର ଦଳୀୟ ସ୍କୋରରେ ଡିକକଙ୍କୁ ଆଉଟ କରିଥିଲେ ବୁମରା । ଆଉଟ ହେବା ପୂର୍ବରୁ ଡି କକ୍ ୧୩୦ ବଲ ଖେଳି ୧୨ଟି ଚୌକା ଓ ୨ଟି ଛକା ମାରିଥିଲେ । ଚମକ୍ରାର ଫର୍ମ ବଜାୟ ରଖି ଭାନ ଦେର ଦୁସେନ ୫୯ ବଲ ଖେଳି ୪ ଚୌକା ଓ ଗୋଟିଏ ଛକ୍କା ୍ୱମାରିଥିଲେ । ଭାରତ ଏହି ମ୍ୟାଚରେ ୪ଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିଲା । ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ଓ ଜସପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ ନେଇଥିଲେ

Get real time updates directly on you device, subscribe now.