ଦିଲ୍ଲୀ-ବେଜିଂ ବୁଝାମଣା: ଶତ୍ରୁତା ଛାଡ଼ି ମିତ୍ରତା ଆଡ଼କୁ ପାଦ ବଢ଼ାଉଛନ୍ତି ଦୁଇ ଶକ୍ତିଶାଳୀ ପଡ଼ୋଶୀ
ଭାରତରୁ ସଂଘାଇକୁ ଉଡ଼ିବ ବିମାନ, ବଦଳିବ ଆନ୍ତର୍ଜାତୀୟ ଯାତ୍ରାର ଗଣିତ
ଭୁବନେଶ୍ୱର : ୨୦୨୬ ମସିହାର ପ୍ରଥମ ତିନି ମାସରେ ଚୀନରେ ଆନ୍ତର୍ଜାତୀୟ ଯାତ୍ରା କ୍ଷେତ୍ରରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ନୂଆଦିଲ୍ଲୀରୁ ମିଳିଥିବା ସୂଚନା ଅନୁଯାୟୀ, ଶୁ ଫେଇହୋଙ୍ଗ୍ କହିଛନ୍ତି ଯେ ଏହି ସମୟ ମଧ୍ୟରେ ମୋଟ ୧୮୫ ମିଲିୟନ ଯାତାୟାତ (ଆଗମନ ଓ ପ୍ରସ୍ଥାନ) ହୋଇଛି, ଯାହା ଗତ ବର୍ଷ ତୁଳନାରେ ୧୩.୫% ଅଧିକ।
ସେହିପରି ବିଦେଶୀ ଯାତ୍ରୀଙ୍କ ସଂଖ୍ୟା ୨୧.୩୩ ମିଲିୟନ ରହିଛି, ଯାହା ୨୨.୩% ଅଭିବୃଦ୍ଧିକୁ ଦର୍ଶାଉଛି। ସହଜ ଭିସା ନୀତି, ବଢୁଥିବା ବ୍ୟାପାର ଏବଂ ପର୍ଯ୍ୟଟନ ପ୍ରତି ପୁଣିଥରେ ବଢୁଥିବା ଆଗ୍ରହକୁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ କୋଭିଡ୍ ପରେ ଆନ୍ତର୍ଜାତୀୟ ଯାତ୍ରା ଏବେ ଦ୍ରୁତ ଗତିରେ ସାଧାରଣ ହେବାରେ ଲାଗିଛି।
ଭାରତ ଏବଂ ଚୀନ ମଧ୍ୟରେ ବିମାନ ଚଳାଚଳ ଯୋଗାଯୋଗରେ ମଧ୍ୟ ଉନ୍ନତି ଆସିପାରେ । ପ୍ରତୀକ ମାଥୁର ନିକଟରେ କୋଲକତାରୁ ସଂଘାଇ ସିଧା ବିମାନ ଚଳାଚଳକୁ ସ୍ୱାଗତ କରିଛନ୍ତି । ଇଣ୍ଡିଗୋ ପକ୍ଷରୁ କୋଲକତାରୁ ସଂଘାଇ ମଧ୍ୟରେ ସିଧା ବିମାନ ସେବାକୁ ଆରମ୍ଭ କରାଇଦିଆଯାଇଛି ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବ୍ୟାପାର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲିକ୍ଷିତ ହେବ । ଏହି ଉଡାଣ ଏ୩୨୦ନିଓ ବିମାନ ଦ୍ୱାରା ସଂଚାଳନ କରାଯିବ । ଏହି ନୂଆ କେନେକ୍ଟିଭିଟି ଜରିଆରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ ଭଳି ଭାରତୀୟ ସହରମାନଙ୍କରେ ଉପଲବ୍ଧ ହେବ ।
