ଘର ମାଲିକ ଦେଲେ ବଡ଼ ବୟାନ; ଦିଲ୍ଲୀରେ ବିସ୍ଫୋରଣ ମାମଲା ସହ ଜଡିତ ଡାକ୍ତର ଦୁଇ ମାସ ଆଗରୁ ଘର ଭଡ଼ା ଦେଇ ଛୁ ହୋଇଥିଲା…
ଜଣା ପଡିଲା ସବୁ ସତ, ଖୋଲିଲା ଏକାଧିକ ଗୁମର...
ଓଡିଶା ଭାସ୍କର: ଆଗୁଆ ଘର ଭଡା ଦେଇ କୁଆଡେ ଉଭାନ ହୋଇଯାଇଥିଲା ଡାକ୍ତର ମୁଜାମିଲ।ଦିଲ୍ଲୀ ବିସ୍ଫୋରଣ ମାମଲାରେ ନୁଆ ବୟାନ ଆସିଲା ସାମ୍ନାକୁ। ଚାଲିଛି ଜୋରଦାର ତଦନ୍ତ।
ବିସ୍ଫୋରଣ ପରେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳି ଯାଇଥିଲା। ଏବେ ମଧ୍ଯ ଲୋକଙ୍କ ଭିତରେ ସେହି ଭୟର ମାହୋଲ ରହିଛି।
ଲାଲକିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣର ପ୍ରଭାବ ଏବେ ରାଜଧାନୀର ପ୍ରମୁଖ ବାଣିଜ୍ୟିକ ଅଞ୍ଚଳରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ବିସ୍ଫୋରଣ ପରଠାରୁ, ଚାନ୍ଦନୀ ଚୌକ, ଗାନ୍ଧୀ ନଗର, ନୂତନ ଏବଂ ପୁରୁଣା ଲାଜପତ ରାୟ ମାର୍କେଟରେ ବ୍ୟବସାୟ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୁରକ୍ଷା ଦୃଷ୍ଟିରୁ, ପୋଲିସ ଭିଡ଼ ନ କରିବା ପାଇଁ କିମ୍ବା ଅନାବଶ୍ଯକ ଗହଳି କରି ଏକାଠି ନ ହେବା ପାଇଁ କହିଛି। ଲାଜପତ ନଗର, ନେହେରୁ ପ୍ଲେସ୍ ଏବଂ ସରୋଜିନୀ ନଗରରେ ତିନୋଟି ସିଫ୍ଟରେ ନିରନ୍ତର ପାଟ୍ରୋଲିଂ କରାଯାଉଛି।
କଣ କହିଲେ ଘର ମାଲିକ: ଗତକାଲି ମହିଳା ଅଭିଯୁକ୍ତ ଶଇନରେ ଜଣେ ବାନ୍ଧବୀ ତାଙ୍କ ବିଷୟରେ ଖୁଲାସା କରିଥିବା ବେଳେ ଆଜି ପୁଣି ଆଉ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଚାଞ୍ଚଲ୍ଯକର ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ଡାକ୍ତର ମୁଜାମିଲଙ୍କ ବିଷୟରେ ତାଙ୍କ ଘରମାଲିକ ହାଜି ମାଦ୍ରାସି କହିଛନ୍ତି ଯେ ତାଙ୍କୁ ରହିବା ପାଇଁ ଏକ ଭଡା ଘରର ଆବଶ୍ୟକତା ଥିଲା।
ଆଉ ମାଦ୍ରାସି ତାଙ୍କୁ ଏକ ଘର ଭଡାକୁ ଦେଇଥିଲେ। ମାତ୍ର ସେଠାରେ ସେ ନିଜ ଜିନିଷ ରଖିବା ପରେ କୁଆଡେ ଚାଲି ଯାଇଥିଲେ। ତାଙ୍କର ଆଉ ଦେଖା ମିଳି ନଥିଲା। ଏନେଇ ଘର ମାଲିକ କହିଛନ୍ତି କି,
“ସେ ସେହି ରାତିରେ ତାଙ୍କର ଜିନିଷପତ୍ର ଜମା କରିବାକୁ ଆସିଥିଲେ ଏବଂ ଚାଲିଗଲେ। ତା’ପରେ ମୁଁ ତାଙ୍କୁ ଦେଖିପାରିଲି ନାହିଁ। ସେ ପୂର୍ବରୁ ଦୁଇ ମାସର ଟଙ୍କା ଆଗୁଆ ଦେଇଥିଲା। ଲୋକମାନେ ଆସି ତାଙ୍କ ଜିନିଷପତ୍ର ନେଇଯିବା ପରେ ମୁଁ ଏହା ଜାଣିପାରିଥିଲି।”
