ହ୍ଵାଟ୍ସଆପ୍ ନୁହେଁ ଏହି ଆପରେ ବିସ୍ଫୋରଣ ପାଇଁ ଚାଲିଥିଲା ପ୍ଲାନିଂ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ହ୍ଵାଟ୍ସଆପ୍ ନୁହେଁ ଏହି ଆପରେ ବିସ୍ଫୋରଣ ପାଇଁ ଚାଲିଥିଲା ପ୍ଲାନିଂ

Delhi Blast: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ଦେଶକୁ ପୁରା ଥରାଇ ଦେଇଛି। ବିସ୍ଫୋରଣ ପରଠାରୁ, ତଦନ୍ତ ଏଜେନ୍ସିଗୁଡ଼ିକ ଆକ୍ରମଣର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ଏବଂ ଏବେ ଏହି ମାମଲାରେ ଏକ ନୂତନ ସୁରାକ ମିଳିଛି।

ଦିଲ୍ଲୀ ବିସ୍ଫୋରଣରେ, ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆତଙ୍କବାଦୀ ଉମର ନବି ତାଙ୍କ ସହଯୋଗୀମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେସନ୍, ସିଗନାଲ ଏବଂ ଟେଲିଗ୍ରାମ ସମେତ ଅନେକ ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ବ୍ୟବହାର କରିଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ସେସନ୍ ଆପ୍ କ’ଣ, ଏବଂ ଏହା କିପରି ଏତେ ସୁରକ୍ଷିତ? ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ଆପ୍ ବ୍ୟବହାରକାରୀଙ୍କୁ ଟ୍ରାକ୍ କରିବା କାହିଁକି ଏତେ କଷ୍ଟକର।

ଏହା ଏକ ଗୋପନୀୟତା-କେନ୍ଦ୍ରିତ ମେସେଜିଂ ଆପ୍ ଯାହା ବ୍ୟବହାରକାରୀଙ୍କୁ ସେମାନଙ୍କର ପରିଚୟ ଗୋପନ ରଖିବାରେ ସାହାଯ୍ୟ କରେ। ଏଥିରେ କେବଳ ଆପଣ ଏବଂ ମେସେଜ୍ ପଠାଇଥିବା ବ୍ୟକ୍ତି ହିଁ ମେସେଜ୍ ପଢିପାରେ । ଏହି ଆପ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଏବଂ ଡିସ୍ପେରିଙ୍ଗ ମେସେଜର ଫିଚର ଥାଏ।

ଏହି ଆପ୍ କିଛି ପ୍ରଭାବଶାଳୀ ଗୋପନୀୟତାର ଫିଚର ପ୍ରଦାନ କରେ । ଯେପରିକି ଯୋଗାଯୋଗ ପାଇଁ କୌଣସି ଫୋନ୍ ନମ୍ବର ଆବଶ୍ୟକ ନାହିଁ। କମ୍ପାନୀ ଦାବି କରିଛି ଯେ ଏହି ଆପ୍ ବ୍ୟବହାର କରିବା ଦ୍ୱାରା ଡାଟା ଉଲ୍ଲଂଘନ ଏବଂ ଟ୍ରାକିଂର ଚିନ୍ତା ଦୂର ହୁଏ, କାରଣ ଏହା ଆପଣଙ୍କ ଡାଟା ଲିକ୍ କରେ ନାହିଁ କିମ୍ବା ବିକ୍ରି କରେ ନାହିଁ।

ଏହା ଆପଣଙ୍କ IP ଠିକଣାକୁ ମଧ୍ୟ ଲୁଚାଇଥାଏ, ଯାହା ଫଳରେ ଯେକୌଣସି ବ୍ୟକ୍ତି ଆପଣଙ୍କୁ ଟ୍ରାକ୍ କରିବା କଷ୍ଟକର ହୋଇଥାଏ। ଏହି ଆପ୍ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ (Session App Download)। ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହାର ରେଟିଂ ୫ ରୁ ୪.୫। ଏହା ବ୍ୟତୀତ, ୧୦ ଲକ୍ଷରୁ ଅଧିକ ଲୋକ ସେମାନଙ୍କ ଫୋନରେ ଏହି ଆପ୍ ଡାଉନଲୋଡ୍ କରିଛନ୍ତି।