fbpx

ଦିଲ୍ଲୀ ଚାନ୍ଦିନୀ ଚୌକରେ ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ ,୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ: ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ନିଆଁକୁ ଆୟତ୍ତ କରିବା ପାଇଁ ୪୦ ଟି ଦମକଳ ବାହିନୀ ମଧ୍ୟ ନିୟୋଜିତ ଅଛି । ଗତକାଲି ରାତିରୁ ଏହି ଅଗ୍ନିକାଣ୍ଡ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଆୟତ୍ତ କରାଯାଇ ପାରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଚାନ୍ଦିନୀ ଚୌକ ଠାରେ ଥିବା ଥୋକ ବଜାର ଭାଗିରଥି ପ୍ୟାଲେସରେ ଏହି ଅଗ୍ନିକାଣ୍ଡ ହୋଇଛି । ଫଳରେ ଅନେକ ଦୋକାନ ବଜାର ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡ କିପରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାବପଡିନାହିଁ ।

ଅନ୍ୟପକ୍ଷେ ଦିଲ୍ଲୀ ଫ୍ୟାୟାର ସର୍ଭିସର ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି ଯେ ଚାନ୍ଦିନୀ ଚୌକରେ ଲାଗିଥିବା ନିଆଁ ବହୁତ ଅଧିକ ଅଛି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଆୟତ କରାଯାଇପାରି ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ନିଆଁକୁ ଆୟତ୍ତ କରିବା ବହୁ କଷ୍ଟକର । କାରଣ ଏକା ସହିତ ଅନେକ ଦୋକାନରେ ନିଆଁ ଲାଗିଛି ।ଏଥିସହିତ ୨ ମହଲା କୋଠା ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି । ତେବେ ଏହାକୁ ଆୟତ୍ତ କରିବା ପାଇଁ ୪୦ ଟି ଦମକଳବାହିନୀ ନିୟୋଜିତ ଅଛନ୍ତି । କିନ୍ତୁ ଏବେ ବି ସେଠାରେ ସ୍ଥିତି ଗମ୍ଭିର ଅଛି । ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଥିସହିତ କେଉଁ କାରଣରୁ ଏହି ଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.