fbpx

ଯଦି ପିଜ୍ଜା ଡେଲିଭରି ହେଉଛି, ତେବେ ରାସନ ଯୋଗାଣ କାହିଁକି ନୁହେଁ? ଜାଣନ୍ତୁ ଏମିତି କିଏ କାହାକୁ ପଚାରିଲେ…

ନୂଆଦିଲ୍ଲୀ: ରାଜଧାନୀରେ ୭୨ ଲକ୍ଷ ପରିବାରକୁ ସୁବିଧା ଯୋଗାଇବା ପାଇଁ ସରକାର ଉଦ୍ୟମ କରିଥିଲେ । ରାସନ୍ ସାମଗ୍ରୀ ଡୋର୍ ଷ୍ଟେପ୍ ଡେଲିଭରି ଦେବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏଥିରେ ଲଗାମ ଲଗାଇଲେ କେନ୍ଦ୍ର ସରକାର । ଫଳରେ ଦିଲ୍ଲୀ ସରକାରଙ୍କ ଯୋଜନା ବନ୍ଦ ରହିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କିନ୍ତୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏଇ ସପ୍ତାହାରୁ ଦିଲ୍ଲୀରେ ଘରେ ଘରେ ପହଞ୍ôଚ ଥାଆନ୍ତା ରାସନ ସାମଗ୍ରୀ । କିନ୍ତୁ ଦୁଇଦିନ ଆଗରୁ କେନ୍ଦ୍ର ସରକାର ଏହାକୁ ବନ୍ଦ କରାଇଦେଲେ । ଏଥିପାଇଁ ଥରେ ନାହିଁ ୫ ଥର ଅନୁମତି ନେବା ପରେ ମଧ୍ୟ କେନ୍ଦ୍ର ସରକାର କିଭଳି କହୁଛନ୍ତି ଆମେ ଅନୁମତି ନେଇନାହୁଁ ବୋଲି ଶ୍ରୀ କେଜ୍ରିୱାଲ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ନିୟମ ଅନୁସାରେ ଏଥିପାଇଁ କେନ୍ଦ୍ରର ଅନୁମତି ନେବା ଆବଶ୍ୟକ ନାହିଁ କିନ୍ତୁ ଆମେ ଶାଳୀନତା ଓ ସମ୍ମାନ ଦୃଷ୍ଟିରୁ ଅନୁମତି ନେଇଥିଲୁ । ତେବେ ରାସନ ମାଫିଆଙ୍କୁ ପ୍ରୋତ୍ସାହନ ଦିଆଗଲେ ୭୦ ଲକ୍ଷ ଗରିବ ପରିବାରଙ୍କ ଅବସ୍ଥା କଣ ହେବ? ଗରିବ ଲୋକଙ୍କ ରାସନ ସାମଗ୍ରୀ ହରଣ କରୁଥିବା ମାଫିଆମାନଙ୍କ ଲାଗି ଆମେ ନୂଆ ଯୋଜନା କରିଥିଲୁ । ଲୋକଙ୍କ ଘରେ ଘରେ ପିଜ୍ଜା ପହଞ୍ôଚ ପାରୁଛି, ତେବେ ରାସନ ସାମଗ୍ରୀ ଦିଆଗଲେ କଣ ସମସ୍ୟା ହୁଅନ୍ତା ବୋଲି ମୁଖ୍ୟମନ୍ତ୍ରୀ କେଜ୍ରେିୱାଲ୍ ପ୍ରଶ୍ନ ଉଠାଇଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆହୁରି କହିଛନ୍ତି ଯେ ରାସନ ମାଫିଆମାନେ ଖୁବ୍ ଶକ୍ତିଶାଳୀ । ଗତ ୭୫ବର୍ଷ ହେଲା ଏହି ଦେଶର ଜନତା ସେମାନଙ୍କ ଶୀକାର ହୋଇଆସୁଛନ୍ତି । ସେହିପରି ରାସନ୍ ଚୋରି ମଧ୍ୟ ହୋଇଯାଇଛି । ୧୭ବର୍ଷ ପୂର୍ବେ ଏଭଳି ମାଫିଆଙ୍କ ବିରୋଧରେ ମୁଁ ସ୍ୱର ଉଠାଇଥିଲି । ଏଥିପାଇଁ ୭ଥର ପ୍ରାଣାନ୍ତକ ଆକ୍ରମଣର ଶୀକାର ହୋଇଛି ବୋଲି ସେ କହିଛନ୍ତି । ତଥାପି ଏଭଳି ସିଷ୍ଟମକୁ ଠିକ୍ କରିବା ପାଇଁ ସେ ସଂକଳ୍ପ ନେଇଥିଲେ । ତେଣୁ ଦିଲ୍ଲୀରେ ଘରକୁ ଘର ରାସନ ପହଞ୍ଚାଇବା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କେନ୍ଦ୍ର ସରକାର କେଉଁ ଉଦ୍ଦେଶ୍ୟ ନେଇ ଏଭଳି ରୋକ ଲଗାଇଲେ ତାହା ବଡ଼ ଆଶ୍ଚର୍ଯ୍ୟ ବୋଲି ଶ୍ରୀ କେଜ୍ରିୱାଲ କହିଛନ୍ତି । ଖାଲି ସେତିକି ନୁହେଁ, ଏହି ଯୋଜନାର କ୍ରେଡିଟ୍ କେନ୍ଦ୍ର ସରକାର ନିଅନ୍ତୁ ବରଂ ଯୋଜନାକୁ ବନ୍ଦ କରାନ୍ତୁ ନାହିଁ ବୋଲି ମଧ୍ୟ କେଜ୍ରିୱାଲ୍ ଅପିଲ୍ କରିଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏଥିସହ ଏହା ସମ୍ପୂର୍ଣ୍ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସରକାର କହିଛନ୍ତି । ଏପରିକି ଦିଲ୍ଲୀ ସରକାର ଯେମିତି ଚାହୁଛନ୍ତି ସେଭଳି ଢଙ୍ଗରେ ରାସନ ବିତରଣ କରିପାରନ୍ତି, ଏଥିରେ କେନ୍ଦ୍ର ସରକାର କୌଣସି ପ୍ରତିବନ୍ଧକ ଲଗାଇନଥିବା କୁହାଯାଇଛି । ଏପରିକି କେନ୍ଦ୍ର ସରକାର ଦିଲ୍ଲୀକୁ ଅତିରିକ୍ତ ରାସନ ସାମଗ୍ରୀ ଦେବାକୁ ପ୍ରସ୍ତୁତ ଅଛନ୍ତି ଏବଂ କେନ୍ଦ୍ର ରୋକ ଲଗାଇଲେ ବୋଲି କହିବା ଉଚିତ୍ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.