fbpx

ଦିଲ୍ଲୀରେ ପରିବା ମଣ୍ଡିରେ ଭୁଶୁଡିଲା ଚାରି ମହଲା କୋଠା, ଅନେକ ଦବି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସୋମବାର ପରିବା ମଣ୍ଡି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ମୃତାହତର କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରି ଦେଇଛି । ଏ ପର୍ଯ୍ୟନ୍ତ ଜଣେ ଲୋକଙ୍କୁ ଅତଡା ତଳୁ ଉଦ୍ଧାର କରାଯାଇଛି । ସ୍ଥିତି ଗମ୍ଭୀର ଥିବାରୁ ହସ୍ପିଟାଲ ପଠାଇ ଦିଆଯାଇଛି।

 

ମାଟି ଅତଡା ତଳେ ଅନେକ ଗାଡି ଦବି ରହିଛି । କୋଠା ଭୁଶୁଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପୂର୍ବାହ୍ନ ପ୍ରାୟ ୧୧ଟା ୫୦ରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏହି କୋଠାଟି ମାଲକା ଗଞ୍ଜ ନିକଟରେ ଏବଂ ରବିନ ସିନେମା ହଲ୍ ସାମ୍ନାରେ ଅବସ୍ଥିତ ।

 

Get real time updates directly on you device, subscribe now.