fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା, ଏହି ଯୋଜନାକୁ ରଦ୍ଧ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା । କେଜ୍ରିୱାଲଙ୍କ ଘରେ-ଘରେ ରାସନ ପହଞ୍ଚାଇବା ଯୋଜନାକୁ ରଦ୍ଧ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ବିପିନ ସାଙ୍ଘୀ ଏବଂ ଜଷ୍ଟିସ ଜସମୀନ ସିଂହ ଗୁୁରୁବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଦିଲ୍ଲୀର ସରକାରୀ ରାସନ ଡିଲର୍ସ ଏବଂ ଦିଲ୍ଲୀ ରାସନ ଡିଲର୍ସ ୟୁନିୟନ ଏହି ଯୋଜନାର ବିରୋଧ କରି ହାଇକୋର୍ଟ ଯାଇଥିଲେ । କୋର୍ଟ ଜାନୁଆରୀରେ ଶୁଣାଣି କରି ନିଷ୍ପତ୍ତି ରାୟ ସସରକ୍ଷିତ ରଖିଥିଲେ ।

ଏହା ପୂର୍ବରୁ ଦିଲ୍ଲୀର ଏଲଜି ଅନିଲ ବୈଜଲ ଆମ୍ ଆଦମୀ ପାର୍ଟି ସରକାରଙ୍କ ଘରେ ଘରେ ରାସନ ଯୋଜନା ଉପରେ ରୋକ ଲଗାଇଥିଲେ । ସୂଚନାଯୋଗ୍ୟ, ଏହି ଯୋଜନା ଅନୁଯାୟୀ କେଜ୍ରିୱାଲ ସରକାର ରାସନର ହୋମ ଡେଲିଭରି ପାଇଁ କହିଥିଲେ ।

Get real time updates directly on you device, subscribe now.