fbpx

ଅକ୍ସିଜେନ୍ ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟର କଡା ଟିପ୍ପଣୀ; କହିଲେ, “ଅକ୍ସିଜେନ୍ ଯୋଗାଣକୁ ରୋକୁଥିବା ବ୍ୟକ୍ତିଙ୍କୁ ଝୁଲାଇ ଦେବୁ”

ନୂଆଦିଲ୍ଲୀ, ୨୪।୦୪: କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢି ଚାଲିଥିବା ବେଳେ ଅକ୍ସିଜେନ୍ ଅଭାବରେ ଦିଲ୍ଲୀ ହସ୍ପିଟାଲ ଗୁଡିକର ଅବସ୍ଥା ଏତେ ଶୋଚନୀୟ ହୋଇ ପଡିଛି ଯେ ରୋଗୀ ମାନଙ୍କୁ ଚିକିତ୍ସା କରିବାରେ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ବେଡ୍ ଏବଂ ଅକ୍ସିଜେନ୍ ର ଅଭାବ ଦେଖାଦେଲାଣି । ତେଣୁ କିଛି ହସ୍ପିଟାଲରେ ଏବେ କୁହାଯାଇଛି ଯେ ଅକ୍ସିଜେନ୍ ନେଇଟି ଆସିଲେ ହିଁ ଚିକିତ୍ସା ହୋଇପାରିବ ନହେଲେ ନାହିଁ । ତେବେ ଏହି ପ୍ରସଙ୍ଗକୁ ଆଧାର କରି ଅକ୍ସିଜେନ୍ ଅଭାବ ନେଇ ମହାରାଜ ଅଗ୍ରେସନ ହସ୍ପିଟାଲ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇ ତୁରନ୍ତ ଏହା ଉପରେ ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା । ଦିଲ୍ଲୀ ହାଇକୋର୍ଟ ଶନିବାର ଏନେଇ ଶୁଣାଣି କରି ଏ ଦିଗରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଏଥିସହିତ ଏ ସମ୍ପର୍କରେ ଗୁରୁତ୍ୱପୁର୍ଣ୍ଣ ମତ ଦେଇଛନ୍ତି ।


ସୁଚନା ଯେ, ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ୍ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ଜଣାଇବାକୁ କହିବା ସହ ଯିଏ ବି ଏପରି କାମରେ ଲିପ୍ତ ଅଛନ୍ତି ସେମାନଙ୍କୁ ଫାଶିରେ ଝୁଲାଇ ଦିଆଯିବ ବୋଲି କୋର୍ଟ କହିଛନ୍ତି । କୋର୍ଟ ଦିଲ୍ଲୀ ସରକାରଙ୍କୁ ଏମିତି ଲୋକଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନର ଏମିତି ଅଧିକାରୀଙ୍କ ବିଷୟରେ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି । ଯଦ୍ଵାରା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯାଇ ପାରିବ ।

ଓକିଲ ରାହୁଲ ମେହରା ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ, ଦିଲ୍ଲୀରେ ଶୀଘ୍ର ୪୮୦ ମେଟ୍ରିକ ଟନ ଅକ୍ସିଜେନ ଆବଣ୍ଟନ କରାଯିବ । ଯଦି ବ୍ୟବସ୍ଥାକୁ ସଠିକ କ୍ରମରେ ରଖାନଯାଏ ତେବେ ସଂପୂର୍ଣ୍ଣ ବ୍ୟବସ୍ଥା ଧ୍ଵସ୍ତ ହୋଇଯିବ । ଯଦି ଆମକୁ ୪୮୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଠିକ୍ ସମୟରେ ନମିଳେ ତେବେ ୨୪ ଘଣ୍ଟାରେ ପୂରା ପ୍ରକ୍ରିୟା ଠପ୍ ହୋଇଯିବ ।

Get real time updates directly on you device, subscribe now.