fbpx

ହ୍ୱାଟସଆପ ଏବଂ ଫେସବୁକରେ ତଥ୍ୟ ଗୋପନୀୟତା ନେଇ ହୋଇଥିବା ଯାଚିକା ଉପରେ କାଲି ଆସିପାରେ ଦିଲ୍ଲୀ ହାଇକୋର୍ଟଙ୍କ ଫଇସଲା

ନୂଆ ଦିଲ୍ଲୀ,୨୧/୦୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ହ୍ୱାଟସଆପ କରିଥିବା ନିବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୨୨ ରେ ଫଇସଲା ଶୁଣାଇପାରନ୍ତି । ସୋସିଆଲ ମିଡିଆ କଂପାନୀମାନେ ଏକ ଯାଚିକା ମାଧ୍ୟମରେ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଫସବୁକ ଏବଂ ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିର ଯାଞ୍ଚ ପାଇଁ ଦିଆଯାଇଥିବା ଆଦେଶ ଉପରେ କୋର୍ଟରେ ଆହ୍ୱାନ କରିଥିଲେ ।
ଜଷ୍ଟିସ ନବୀନ ଚାୱଲାଙ୍କ ଅଧ୍ୟକ୍ଷତାରେ ୧୩ ଏପ୍ରିଲରେ ଫେସବୁକ ଏବଂ ହ୍ୱାଟ୍ସଆପ ଦ୍ୱାରା ହୋଇଥିବା ଭିନ୍ନ ଭିନ୍ନ ଦୁଇଟି ଯାଚିକାର ଶୁଣାଣି କରିଛନ୍ତି । ଅଦାଲତ ଶୁଣାଣି କରି କହିଥିଲେ ସିସିଆଇ ସାର୍ବଭୌମତ୍ୟ ସ୍ଥିତିର ଦୁରୁପଯୋଗର ଯାଞ୍ଚକୁ ପ୍ରତଫଳିିତ କରୁ ନାହିଁ ବରଂ ଏହା ଗ୍ରାହକଙ୍କ ଗୋପନୀୟତାକୁ ନେଇ ଚିନ୍ତିତ ।
ସିସିଆଇ କୋର୍ଟରେ ଯୁକ୍ତି ଦର୍ଶାଇଛି ଯେ ହ୍ୱାଟ୍ସଆପ ନୂତନ ଗୋପନୀୟତା ନୀତି ଅଧୀନରେ ଗ୍ରାହକ ଗୋପନୀୟ ତଥ୍ୟ ସଂଗ୍ରହ କରିପାରିବ ଯାହା ଅଧିକ ଉପଭୋକ୍ତାଙ୍କୁ ଟାର୍ଗେଟେଡ୍ ବିଜ୍ଞାପନ ପରିସରକୁ ଆଣିବ ଯାହା ପ୍ରାଧାନ୍ୟ ପ୍ରଭାବର ଅପବ୍ୟବହାର ହେବ।
ଫେସବୁକ ଏବଂ ହ୍ୱାଟ୍ସଆପ ସିସିଆଇର ୨୪ ମାର୍ଚ୍ଚର ଆଦେଶର ଆହ୍ୱାନ କରିଛନ୍ତି ଯେଉଁଥିରେ ସୋମାନଙ୍କର ନୂତନ ପ୍ରାଇଭେସି ପଲିସିକୁ ଯାଞ୍ଚ ପାଇଁ ଆଦେଶ ରହିଛି ।

Get real time updates directly on you device, subscribe now.