fbpx

Delhi MCD Exit Poll: ଆମ ଆଦମୀ ପାର୍ଟି ଝାଡ଼ୁରେ ସଫା ବିଜେପି

ନୂଆଦିଲ୍ଲୀ: ଏମସିଡି ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍‌ରେ ଆମ ଆଦମୀ ପାର୍ଟି (ଆପ୍‌)କୁ ମିଳିଛି ବହୁମତ । ରାଜ୍ୟରେ କେଜ୍ରିୱାଲ ନିଜର ଦବଦବା ଏବେ ମଧ୍ୟ ବଜାୟ ରଖିଥିବା ଜଣାପଡିଛି । ଆଜ୍‌ ତକ୍ ଏକଜିଟ୍ ପୋଲ୍‌ରେ ଆପ୍‌କୁ ୨୫୦ ରୁ (୧୪୯ ରୁ ୧୭୧) ୱାର୍ଡ ଜିତିବ ବୋଲି ଆକଳନ କରାଯାଇଛି । ଟାଇମ୍ସ ନାଓ’ର ଅନ୍ୟ ଏକ ଏକଜିଟ୍ ପୋଲରେ ଆପ୍ ୧୪୬ ରୁ ୧୫୬ ଟି ସିଟ୍ ପାଇବ ବୋଲି କୁହାଯାଇଛି ।

ସେହିପରି ଆଜ୍‌ ତକ୍‌ର ଏକଜିଟ୍ ପୋଲ୍ ବିଜେପି ୬୯ ରୁ ୯୧ ୱାର୍ଡରେ ଜିତିବ ବୋଲି ପୂର୍ବାନୁମାନ କରିଥିବାବେଳେ ଟାଇମ୍ ନୋସ୍ ୮୪ ରୁ ୯୪ ୱାର୍ଡରେ ଦଳ ଜିତିବ ବୋଲି ପୂର୍ବାନୁମାନ କରିଛି । ଉଭୟ ଚ୍ୟାନେଲର ଏକଜିଟ୍ ପୋଲ୍ କଂଗ୍ରେସ ଦଳର ଅବସ୍ଥା ଖରାପ ବୋଲି ପୂର୍ବାନୁମାନ କରିଛନ୍ତି । ଉଭୟ ଚ୍ୟାନେଲର ଆକଳନ ଅନୁଯାୟୀ କଂଗ୍ରେସ ୧୦ କିମ୍ବା କମ୍ ୱାର୍ଡରେ ଜିତିବ ବୋଲି ଆଶା କରାଯାଉଛି । ଏହା ସହିତ ଉଭୟ ଏକଜିଟ୍ ପୋଲ୍ ରେ ଦେଖିବାକୁ ମିଳିଛି ଯେ, ଅନ୍ୟମାନେ ୫ ରୁ ୯ ୱାର୍ଡ ଜିତିବେ ।

Get real time updates directly on you device, subscribe now.