fbpx

ଅଲମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ, ୧୦/୦୫(ଓଡିଶା ଭାସ୍କର) : ହତ୍ୟା ଅଭିଯୋଗରେ ଛନ୍ଦି ହୋଇଥିବା ଆନ୍ତର୍ଜାତୀୟ ରେସଲର୍ ସୁଶୀଲ କୁମାରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ନିକଟରେ ଛତ୍ରସାଲ୍ ଷ୍ଟାଡିୟମ୍ ରେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଗଣ୍ଡଗୋଳ ହୋଇଥିଲା । ସେଥିରେ ଜଣେ ୨୩ ବର୍ଷିୟ ଖେଳାଳୀଙ୍କ ମୃତ୍ୟୁ ହୋଇଥିଲା । ତେବେ ସେଥିରେ ସୁଶୀଲ କୁମାର ସାମିଲ ଥିବା ପୋଲିସ୍ ପାଖରେ ପ୍ରମାଣ ରହିଛି । ଯେଉଁଥିପାଇଁ ଦିଲ୍ଲୀ ପୋଲିସ୍ ଏବେ ତାଙ୍କ ସନ୍ଧାନରେ ଲାଗି ପଡିଛି । ହେଲେ ହତ୍ୟା ଅଭିଯୋଗ ଆସିବା ପରଠାରୁ ସେ ଫେରାର୍ ଅଛନ୍ତି ବୋଲି ସୁଚନା ମିଳିଛି । ତେଣୁ ବହୁ ଖୋଜିବା ପରେ ନ ପାଇବାରୁ ଏବେ ପୋଲିସ୍ ତାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ।

ସୁଚନା ଅନୁଯାୟୀ, ଛତ୍ରସାଲ୍ ଷ୍ଟାଡିୟମ୍ ପାର୍କିଂ ଏରିୟାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖୁବ୍ ଜୋରରେ ଧସ୍ତାଧସ୍ତି ହୋଇଥିଲା । ସେଥି ମଧ୍ୟରେ ସାଗର ଧାଙ୍କଡ୍ ନାମକ ଜଣେ ରେସଲର୍ ଗୁରୁତର ଭାବରେ ଆହାତ ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ସୁଶୀଲ କୁମାରଙ୍କ ନାମରେ ହତ୍ୟା ଅଭିଯୋଗ ଆସିଛି । ଏହାପରଠାରୁ ସେ ଫେରାର୍ ହୋଇ ଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି । କାରଣ ଅନେକ ସ୍ଥାନରେ ପୋଲିସ୍ ତାଙ୍କୁ ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଖୋଜିବାରେ ପୋଲିସ୍ ସକ୍ଷମ ହୋଇ ପାରିନି । ରାଜ୍ୟ ବାହାରେ ମଧ୍ୟ ଦିଲ୍ଲୀ ପୋଲିସ୍ ତାଙ୍କୁ ଖୋଜିଛି । ଏହା ମଧ୍ୟରେ ପୋଲିସ୍ ସୁତ୍ରରୁ ଜଣା ପଡିଛି ଯେ, ସେ ଲଗାତର ଭାବରେ ନିଜର ସ୍ଥାନ ବଦଳାଉଛନ୍ତି ।

ପୋଲିସ୍ କହିବାନୁସାରେ, ଏହି ଘଟଣା ଘଟିବା ଦିନ ସେ ହରିଦ୍ୱାର ଚାଲିଯାଇଥିଲେ । ଆଉ ତାପରେ ଋିଷିକେଶ ଚାଲି ଯାଇଥିଲେ । ଏହାପରେ ପୁଣି ଦିଲ୍ଲୀ ଆସିଥିଲେ । ଏହିପରି ଭାବରେ ଲଗାତର ନିଜ ସ୍ଥାନ ବଦଳାଉଛନ୍ତି । ତେବେ ସୁଶୀଲ କୁମାର ଘଟଣା ଘଟିବା ଦିନ ଷ୍ଟାଡିୟମ୍ ରେ ହିଁ ଥିଲେ । ତାଙ୍କ ସହ ତାଙ୍କ ସାଙ୍ଗ ମଧ୍ୟ ରହିଥିଲେ । ତେବେ ମୃତ୍ୟୁ ପୂର୍ବରୁ ସାଗର(ମୃତକ) କହିଥିଲେ ଯେ, ସୁଶୀଲ ଏବଂ ତାଙ୍କ ସାଙ୍ଗ ମାନେ ତାଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ । କାରଣ ସାଗର ତାଙ୍କୁ ଅନ୍ୟ ରେସଲର୍ ମାନଙ୍କ ସାମନାରେ ପାଟି କରିଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ସୁଶୀଲ ଏବଂ ତାଙ୍କ ମାନେ ଏପରି କରିଥିଲେ ।

Get real time updates directly on you device, subscribe now.