ଭୁବନେଶ୍ବରରୁ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ; ପାକିସ୍ତାନ ଲିଙ୍କ ସହ ବହୁ ଆତଙ୍କବାଦୀ ସଙ୍ଗଠନ ସହ ରହିଛି ଲିଙ୍କ!
ଭୁବନେଶ୍ୱରରୁ ବାହାରିଲା ପାକିସ୍ତାନ ଲିଙ୍କ...
ଭୁବନେଶ୍ୱର: ଭୁବନେଶ୍ୱରରୁ ବାହାରିଲା ପାକିସ୍ତାନ ଲିଙ୍କ। ଯବକଙ୍କୁ ଉଠାଇନେଲା ପୋଲିସ । ଯୁବକଙ୍କୁ ଉଠାଇବା ପାଇଁ ଦିଲ୍ଲୀ ଆସିଥିଲା ସ୍ବତନ୍ତ୍ର ପୋଲିସ । କିଛି ଆତଙ୍କବାଦୀ ସଙ୍ଗଠନ ସହ ତାଙ୍କର ଲିଙ୍କଥିବା ନେଇ ସୂଚନା ମିଳିଛି । ଯାହା ପରେ ତାଙ୍କୁ ଉଠାଇ ନିଆଯାଇଛି । ତେବେ ଗିରଫ ହୋଇଥିବା ଯୁବକଙ୍କ ନାମ ଇମାମ । ସେ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ କିଛି ବିଭ୍ରାନ୍ତକର ପୋଷ୍ଟ କରିଥିବା ସୂଚନା ମିଳିଛି ।
ତେବେ ଯାହା ସୂଚନା ମିଳୁଛି ଏହି ଆକାଉଣ୍ଟ ସହ ଯୁବକଙ୍କ ଉପରେ ପୋଲିସ ନଜର ରଖିଥିଲା । ତାଙ୍କ କାର୍ଯ୍ୟକଳାପକୁ ନଜର କରି ତାଙ୍କୁ ଉଠାଇ ନିଆଯାଇଛି। ଯୁବକ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିଲେ ।
