fbpx

କରୋନା କାଳରେ ଏହି କ୍ଷେତ୍ରରେ ବଢ଼ିଛି ଚାକିରି ଚାହିଦା, ଅନଲାଇନ କରନ୍ତୁ କୋର୍ସ

୨୦୨୦ ରେ ଦୁନିଆରେ ଅଧିକାଂଶ ଦେଶ କରୋନା ଭାଇରସ ସଂକ୍ରମଣ ଦ୍ୱାରା ପ୍ରଭାବିତ ହୋଇଛି । ଏହି ଭାଇରାସ ସମସ୍ତ୍ ଜୀବନକୁ ପ୍ରଭାବିତ କରିଛି । ଏଭଳିକି ଶିକ୍ଷା ସଂସ୍ଥାନଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି ଏବଂ ପିଲାମାନେ ଅନଲାଇନରେ କ୍ଲାସ କରୁଛନ୍ତି । ଏହାରି ମଧ୍ୟରେ ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ଅଧିକାଂଶ ଚାକିରି ଅନଲାଇନ ମୋଡରେ ଦେଖିବାକୁ ମିଳୁଛି । ଗୋଟିଏ ପଟେ କରୋନା କାଳରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିବାବେଳେ, ସେପଟେ କିଛି ଭଲ କଥା ମଧ୍ୟ ଦେଖିବାକୁ ମିଳିଛି । କୋଭିଡ-୧୯ ଯୋଗୁଁ ଲକଡାଉନ ଯୋଗୁଁ ଅନେକ କ୍ଷେତ୍ର ଏବେ ସଂପୂର୍ଣ୍ଣ ଭାବରେ ଡିଜିଟାଲ ହୋଇଯାଇଛି । ଫଳରେ ଏବେ ସବୁ ପ୍ଲାଟଫର୍ମରେ ଡିଜିଟାଲ କାମ କରିପାରୁଥିବା ବ୍ୟକ୍ତିଙ୍କ ଚାହିଦା ବଢ଼ିବାରେ ଲାଗିଛି । ଜାଣନ୍ତୁ ଏମିତି କିଛି କ୍ଷେତ୍ର ଚାକିରି ବିଷୟରେ ଯେଉଁଠାରେ ଆପଣ ନିଜ କ୍ୟାରିୟର ସମ୍ଭାଳିପାରିବେ ।

ହେଲଥକେୟାର ମ୍ୟାନେଜମେଣ୍ଟ: କୋଭିଡ ୧୯ ସମୟରେ ସ୍ୱାସ୍ଥ୍ୟସେବା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବରେ ଉଭା ହୋଇଛି । ଡାକ୍ତରଙ୍କ ପାଇଁ ସହାୟକ କର୍ମଚାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେପରିକି ସ୍ୱାସ୍ଥ୍ୟକର୍ମୀ, ଫାର୍ମାସି ଟେକ୍ନିସିଆନ, ଡେଣ୍ଟାଲ ଆସିଷ୍ଟାଣ୍ଟ, ଲ୍ୟାବ୍ ଆସିଷ୍ଟାଣ୍ଟ ଏବଂ ହୋମ୍ ହେଲଥକେୟାର ଆସିଷ୍ଟଣ୍ଟ ଆଦି । ଏହି ସବୁ କାମ ପାଇଁ ରୋଗୀ ଶିକ୍ଷା ଏବଂ ଡାଟା ଏଣ୍ଟ୍ରୀ ଜଣାଥିବା ଆବଶ୍ୟକ । ଗତ ଦୁଇ ବର୍ଷ ମଧ୍ୟରେ ଏହି ବୃତ୍ତିର ଆବଶ୍ୟକ ସର୍ବାଧିକ ବଢ଼ିଛି ।

ଇ-କମର୍ସ: କୋଭିଡ୍ ଯୋଗୁଁ ଅଧିକାଂଶ ବ୍ୟବସାୟ ଅନଲାଇନ ହିଁ କରାଯାଉଛି । ଏଥିରେ ଇ-କମର୍ସ ବିଜନେସ ଆସୋସିଏଟ୍ସ, ସପ୍ଲାଏ ଚେନ୍ ଆସୋସିଏଟ୍ସ, ପ୍ୟାକେଜ ହ୍ୟାଣ୍ଡେଲର୍ସ ଭଳି କ୍ଷେତ୍ରର ଚାହିଦା ବଢ଼ିଛି । ଏହି କ୍ଷେତ୍ରରେ ଟାଇମ ମ୍ୟାନେଜମେଣ୍ଟ, କଷ୍ଟମର ସର୍ଭିସ ଏବ ଲିଡରସିପ୍ ସ୍କିଲ ରହିଥିବା ଆବଶ୍ୟକ ।

ଡିଜିଟାଲ ମାର୍କେଟିଙ୍ଗ୍: ଏକ ଅନଲାଇନ ପ୍ଲାଟଫର୍ମରେ ଜିନିଷ କିଣିବା ବା ବିକ୍ରୟ କରିବାର ବିଶେଷତ୍ୱ ଡିଜିଟାଲ ମାର୍କେଟିଙ୍ଗ ଏକ୍ସପର୍ଟଙ୍କ ନିକଟରେ ରହିଛି । ତେଣୁ, ଜଣେ ଡିଜିଟାଲ ମାର୍କେଟିଂ ସ୍ପେଶାଲିଷ୍ଟ, ସୋସିଆଲ୍ ମିଡିଆ ମ୍ୟାନେଜର୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜର୍ ସ୍ପେଶାଲିଷ୍ଟ ଭାବରେ ଏଠାରେ କାର୍ଯ୍ୟ କରିପାରିବେ  । ଏହି କ୍ଷେତ୍ର ପାଇଁ ଡିଜିଟାଲ୍ ରଣନୀତି, ପ୍ରୋଡକ୍ଟ ମାର୍କେଟିଂ ଏବଂ ବ୍ରାଣ୍ଡ ମ୍ୟାନେଜମେଣ୍ଟ ବିଷୟରେ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ  ।

ଇ-ଏଜୁକେସନ: କୋଭିଡ କାଳରେ, ବିଦ୍ୟାଳୟଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଅନଲାଇନ ହୋଇଛି । ଶିକ୍ଷାଦାନ ସହାୟକକାରୀ, ବିଦ୍ୟାଳୟ ଶିକ୍ଷକ, ପ୍ରଫେସରଙ୍କ ଚାହିଦା ଏହି କ୍ଷେତ୍ର ପାଇଁ ବହୁତ ବୃଦ୍ଧି ପାଇଛି  । ଆହୁରି ମଧ୍ୟ, ସଫ୍ଟୱେର୍ ଇଞ୍ଜିନିୟର୍, ଡିଜିଟାଲ୍ ଷ୍ଟ୍ରାଟେଜୀ ନିର୍ମାତା, ପାଠ୍ୟ ଯୋଜନା ଏବଂ ଟାଇମ ମ୍ୟାନେଜମେଣ୍ଟ ପ୍ରଫେସନାଲମାନଙ୍କ ପାଇଁ ବହୁତ ଚାହିଦା ରହିଛି ।

 

Get real time updates directly on you device, subscribe now.