fbpx

ଶ୍ରୀ ମନ୍ଦିରରେ ଆରମ୍ଭ ହେଲା ଦେବ ଦୀପାବଳି, ୩ଦିନ ଧରି ଚାଲିବ ନୀତି

ପୁରୀ: ଆଜିଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ ହୋଇସାରିଛି । ଏହି ନୀତି ମନ୍ଦିରରେ ୩ଦିନ ଧରି ଚାଲିଥାଏ । ତେବେ ଦେବ ଦିପାବଳୀର ପ୍ରଥମ ଦିନ ନୀତି ପାଇଁ ଶ୍ରୀ ମନ୍ଦିରରେ ପ୍ରସ୍ତୁତି ଚାଲିଛି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ ପକାଇଥାନ୍ତି ।

ପ୍ରଥମଦିନ ମାର୍ଗଶୀର ମାସର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସଂଧ୍ୟା ଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି, ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯାଇଥାଏ । ସେହିପରି ଦ୍ୱିତୀୟ ଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ହେବ ।

ଏହାସହ ତୃତୀୟ ଦିନରେ ଦେବକୀ, ବାସୁଦେବ, ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନ ସହ ଶ୍ରାଦ୍ଧ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହିନୀତି ସହ ମହାଦୀପ ପ୍ରଜ୍ୱଳିତ ମଧ୍ୟ ହୋଇଥାଏ, ଯାହାକି ଦେବଦିପାବଳୀ ନାମରେ ପରିଚିତ ।

Get real time updates directly on you device, subscribe now.