fbpx

(Video) ତିରୁପତି ଲଡୁରେ ମିଶୁଛି ତମାଖୁ ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ତିରୁପତି ଲଡୁରେ ପଶୁ ଚର୍ବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାରି ଭିତରେ ଆଉ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଲଡୁରେ ତମାଖୁ ମିସିଥିବା ନେଇ ଜଣେ ଭକ୍ତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ତିରୁମାଲା ତିରୁପତିଙ୍କ ଲଡୁ ଖୋଲିଲା ବେଳକୁ ଏକ ପେପରରେ ତମାଖୁ ଗୋଡାଇ ହୋଇ ରହିଥିବା ନେଇ ସେ ଅଭିଯୋଗ କରିଛନ୍ତି । ପଶୁ ଚର୍ବି ପରେ ତମାଖୁ ବର୍ତ୍ତମାନ ଦ୍ବିଗୁଣା ବଢାଇ ଦେଇଛି ।

ଖମ୍ମାମ ଜିଲ୍ଲାପ ଧନ୍ତୁ ପଦ୍ମାବତୀ ନାମକ ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ, ସେପ୍ଟେମ୍ବର 19 ତାରିଖରେ ସେ ତିରୁପତି ମନ୍ଦିର ଯାଇଥିଲେ । ତେବେ ଦର୍ଶନ ସାରି ଘରକୁ ଆସିବା ସମୟରେ ତାଙ୍କ ପରିବାର ପରିଜନ ଏବଂ ପଡୋଶୀଙ୍କ ପାଇଁ ପ୍ରସାଦ ଆଣିଥିଲେ । ତେବେ ଏହି ଲଡୁକୁ ବାଣ୍ଟିବା ପାଇଁ ବାହାର କରିବା ବେଳକୁ ଯାହା ବାହାରିଲା ମୁଁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲି । ତମାଖୁ ଏକ ଛୋଟ ପେପରରେ ଗୁଡାହୋଇ ପଡିଥିଲା । ତେବେ ମହାପ୍ରସାଦକୁ ଏଭଳି ଅପମାନ ଦେଖି ମହିଳାଜଣକ ନିଜ କ୍ରୋଧ ପ୍ରକାଶ କରିଛନ୍ତି ।

ପ୍ରକାଶଥାଉକି, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଆଶ୍ଚର୍ଯ୍ୟଜନକ ଦାବି ପରେ ବିବାଦ ଦେଖାଯାଇଛି । ସେ ବୁଧବାର ଦିନ ପୂର୍ବତନ କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳ ସମୟରେ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରିରେ ଖରାପ ଜିନିଷ ଏବଂ ପଶୁମାନଙ୍କ ଚର୍ବି ବ୍ୟବହାର ହେବାର ଅଭିଯୋଗ ଆଣିଥିଲେ। ଓ୍ବାଇ ଏସ ଜଗନମୋହନ ପ୍ରଶାସନ ଉପରକୁ ସେ ଆଙ୍ଗୁଳି ଉଠାଇଥିଲେ । ପରେ ଲ୍ୟାବ ରିପୋର୍ଟ ମଧ୍ୟ ମନ୍ଦିରର ପ୍ରସାଦ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରୁଥିବା ଅଭିଯୋଗକୁ ଏକ ଲ୍ୟାବ ରିପୋର୍ଟ ବଳବତ୍ତର କରିଛି ।

Get real time updates directly on you device, subscribe now.