fbpx

ରାମମନ୍ଦିରକୁ ନେଇ ଦେବରହା ବାବା ଦେଇଥିବା ଭବିଷ୍ୟବାଣୀ ଆଜି ହେବାକୁ ଯାଉଛି ସତ, ଜାଣନ୍ତୁ କଣ କହିଥିଲେ ବାବା

ନୂଆଦିଲ୍ଲୀ: ରାମମନ୍ଦିର କାର୍ଯ୍ୟ ଖୁବ ଜୋର ସୋର ଚାଲିଛି । ତେବେ ଆସନ୍ତା ବର୍ଷ ଏହା ଭକ୍ତ ମାନଙ୍କ ପାଇଁ ଖୋଲିବାକୁ ଥିବା ବେଳେ ଏବେ ଜଣେ ବାବାଙ୍କ ଭବିଷ୍ୟବାଣୀ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଏହି ରାମମନ୍ଦିର ପାଇଁ ଦେବରହା ବାବାଙ୍କ ବିଷୟରେ ଶୁଣିବାକୁ ମିଳୁଛି । ବାବାଙ୍କ ବୟସ କେତେ ହେବ ଏହା ବାସ୍ତବରେ କାହାରିକୁ ଜଣା ନାହିଁ । କିଏ ଭାବନ୍ତି ବାବଙ୍କୁ ୯୦୦ ବର୍ଷ, କିଏ ଭାବନ୍ତି ୫୦୦ ତ ଆଉ କିଛି ୨୫୦ ବର୍ଷ ବୋଲି ଅନୁମାନ କରନ୍ତି । ବାବଙ୍କୁ ନେଇ ଅନେକ ପ୍ରକ।।ର କଥା ଶୁଣା ଯାଉଥିବା ବେଳେ ବାବା ଜଣେ ସିଦ୍ଧ ପୁରୁଷ ଥିଲେ ବୋଲି ସମସ୍ତେ କୁହନ୍ତି ।

ସୂଚନାମୁତାବକ ୧୯୯୦ ମସିହାରେ ବାବା ଏପରି ଏକ ଭବିଷ୍ୟବାଣୀ କରିଥିଲୋ ଯାହା ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟୁଛି । ତେବେ ସେ ଆଉ କାହା ଉପରେ ନୁହେଁ ବରଂ ଅଯୋଧ୍ୟା ରାମମନ୍ଦିର ଉପରେ ଭବିଷ୍ୟବାଣୀ କରିଥିଲେ ।

ଆସନ୍ତୁ ଜାଣିବା ବାବା କଣ କହିଥିଲେ: ଦେବରହା ବାବା ଏକ ସାକ୍ଷାତକାରରେ କହିଥିଲେ ଯେ ରାମ ମନ୍ଦିର ନିଶ୍ଚୟ ନିର୍ମାଣ ହେବ । କେବଳ ଏତିକି ନୁହେଁ ଏହା ସର୍ବସହମତି କ୍ରମେ ନିର୍ମାଶ ହେବ । ବାବାଙ୍କ ଏହି ଭଳି କଥା ପରେ ସେ ସମୟର ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୯ରେ ବିଶ୍ୱ ହିନ୍ଦୁ ପରିଷଦକୁ ଶ୍ରୀ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ଅନୁମତି ଦେଇଥିଲେ ।

ସୂଚନାଅନୁସାରେ ବାବାଙ୍କର ଯେଉଁ ସମୟରେ ନିଧନ ହେଲା ସେତେବେଳେ ଲାଲକୃଷ୍ଣ ଆଡବାନୀଙ୍କ ରଥଯାତ୍ରା ଆରମ୍ଭ ହୋଇ ନଥିଲାକିନ୍ତୁ ସେ ତାଙ୍କ ନିଧନ ପୂର୍ବରୁ କହିଥିଲେ ଯେ ରାମ ମନ୍ଦିର ନିଶ୍ଚୟ ହେବ । ସେହି ସମୟରେ ରାମମନ୍ଦିରକୁ ନେଇ ସେ ଯାହା ଭବିଷ୍ୟବାଣୀ କରିଥିଲେ ତାହା ଆଶ୍ଚୟଜନକ ଥିଲା ।
ଉଲ୍ଲେଖନୀୟ କଥା ହେଉଛି, ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ୯ ନଭେମ୍ବର ୨୦୧୯ ରେ ଆସିଥିଲା ​​। ଏହି ନିଷ୍ପତ୍ତିକୁ ସମସ୍ତ ବିଭାଗ ସ୍ୱାଗତ କରିଥିଲା ​। ଆଜି ସମସ୍ତଙ୍କ ସହମତିରେ ଅଯୋଧ୍ୟାରେ ଭଗବାନ ରାମଲାଲାଙ୍କ ମନ୍ଦିର ନିର୍ମାଣ କରାଯାଉଛି ଏବଂ ଏଥିରେ କୌଣସି ବିରୋଧ କରାଯାଇ ନାହିଁ। ଦେବରହା ବାବାଙ୍କର ଏହା ପୂର୍ବାନୁମାନ ଥିଲା।

ଜାଣନ୍ତୁ ଯେତେବେଳେ ଦେବରହା ବାବା ସମସ୍ତଙ୍କ ସହମତିରେ ରାମ ମନ୍ଦିର ନିର୍ମାଣ ବିଷୟରେ କଥାବାର୍ତ୍ତା ହୋଇଥିଲେ, ସେତେବେଳେ କାହାରି ଧାରଣା ନଥିଲା ଯେ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କେଉଁଠାରେ ବନ୍ଦ ହେବ, କେଉଁ ଦିଗକୁ ନିଆଯିବ? ତେବେ ଦେବରାହ ବାବାଙ୍କ ପୂର୍ବାନୁମାନ ଅନୁଯାୟୀ ଏହା ଘଟିଛି। ସମସ୍ତ ବିଭାଗ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ।

Get real time updates directly on you device, subscribe now.