fbpx

ବିମାନରେ ପକ୍ଷୀ ମାଡ଼ହେବା ଘଟଣା ପରେ DGCAର ଚେତାବନୀ, ସବୁ ବିମାନ ବନ୍ଦର ପାଇଁ ଆସିଲା ଗାଇଡଲାଇନ୍

ନୂଆଦିଲ୍ଲୀ: ନିକଟରେ ଜାହାଜରେ ପକ୍ଷୀଙ୍କ ମାଡ଼ ହେବାନେଇ କିଛି ମାମଲା ସାମ୍ନାକୁ ଆସିଥିଲା । ଯାହାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜରୁରୀ ମାର୍ଗଦର୍ଶିକା ଜାରି କରିଛି । ଫଳରେ ଯେପରି ବିମାନରେ ପକ୍ଷୀ କିମ୍ବା ଅନ୍ୟ ଜୀବମାନେ ବିମାନରେ ପିଟି ହେବା ଘଟଣାକୁ ରୋକାଯାଇପାରିବ ।

ଡିଜିସିଏ ଦେଶର ସବୁ ବିମାନବନ୍ଦରଗୁଡ଼ିକୁ ବିମାନ ବନ୍ଦରରେ ନିୟମିତ ପାଟ୍ରୋଲିଂ କରିବା ପାଇଁ କହିଛନ୍ତି । ଏହା ସହ କୁହାଯାଇଛି ଯେ ଯଦି କୌଣସି ପ୍ରକାରର ବନ୍ୟଜନ୍ତୁଙ୍କ ଗତିବିଧି ଦେଖାଯାଉଛି, ତେବେ ଏନେଇ ପାଇଲଟଙ୍କୁ ସୂଚନା ଦିଆଯିବା ଦରକାର ।

ଡିଜିସିଏ ଜାରି ବିମାନ ବନ୍ଦର ପାଇଁ ଜାରିକରିଥିବା ଗାଇଡଲାଇନ୍ସ:

–              ବିମାନ ବନ୍ଦରକୁ ବନ୍ୟଜନ୍ତୁଙ୍କୁ ଠାରୁ ଥିବା ବିପଦକୁ ଏଡ଼ାଇବା ପାଇଁ ନିୟମିତ ପାଟ୍ରୋଲିଂ କରିବାକୁ ହେବ ଏବଂ ବିମାନ ପାଇଁ ଏହା କ୍ଷତିକାରକ ହୋଇପାରେ ସେହି ହିସାବରେ ରାଙ୍କିଂ ଦେବାକୁ ହେବ ।

–              ବିମାନ ବନ୍ଦର କିମ୍ବା ଏହାର ସୀମାରେ କୌଣସି ପ୍ରକାର ଜୀବଜନ୍ତୁଙ୍କ ଗତିବିଧି ଦେଖାଗଲେ ପାଇଲଟକୁ ସୂଚିତ କରାଯିବ ।

–              ଏରୋଡ୍ରମ ସଞ୍ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ବନ୍ୟଜନ୍ତୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଉପରେ କ’ଣ ପଦକ୍ଷେପ ନିଆଯାଇଛି ଏହି ସମ୍ବନ୍ଧରେ ମାସିକ ରିପୋର୍ଟ ଦେବେ । ଏହା ସହ ପ୍ରତିମାସରେ ବନ୍ୟଜୀବଙ୍କ ଆକ୍ରମଣର ସଂଖ୍ୟାର ଏକ ରିପୋର୍ଟ ମଧ୍ୟ ଦେବେ ।

ସୂଚନାଯୋଗ୍ୟ, ଗତ ୪ ଅଗଷ୍ଟରେ ଗୋଫାର୍ଷ୍ଟ ଏୟାରଲାଇନର ବିମାନ ଚଣ୍ଡୀଗଡ଼କୁ ଉଡ଼ାଣ ଭରିଥିଲା କିନ୍ତୁ ବିମାନରେ ଏକ ପକ୍ଷୀ ବାଡ଼େଇ ହେବାରୁ ଅହମଦାବାଦ ବିମାନ ବନ୍ଦରକୁ ଫେରିବାକୁ ପଡ଼ିଥିଲା । ଗତ ଅଗଷ୍ଟ ୫ ତାରିଖରେ ମୁମ୍ବାଇ ପାଇଁ ଉଡ଼ାଣ ଭରିଥିବା ବିମାନରେ ମଧ୍ୟ ପକ୍ଷୀ ମାଡ଼ ହେବାରୁ ଏହାକୁ ବାରଣାସୀ ଏୟାରପୋର୍ଟରେ ଲ୍ୟାଣ୍ଡ୍ କରିବାକୁ ପଡ଼ିଥିଲା । ସେହିପରି ୧୯ ଜୁନ୍ ରେ ମଧ୍ୟ ୧୮୫ ଯାତ୍ରୀଙ୍କୁ ନେଇ ଦିଲ୍ଳୀ ଯାଉଥିବା ସ୍ପାଇସଜେଟ୍ ର ବିମାନରେ ପକ୍ଷୀ ମାଡ଼ ହେବା କାରଣରୁ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା, ଯାହାକୁ ପାଟନା ଏୟାରପୋର୍ଟରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା ।

Get real time updates directly on you device, subscribe now.