fbpx

ଧନବାଦ ଜଜ୍‍ ହତ୍ୟା ମାମଲା: ଅଟୋ ଡ୍ରାଇଭର ସହ ଦୁଇ ସହଯୋଗୀ ଗିରଫ

ରାଞ୍ଚି: ଧନବାଦର ଜଣେ ଅତିରିକ୍ତ ଜିଲ୍ଲା ଜଜ୍‍ ଙ୍କୁ ମର୍ଣ୍ଣିଙ୍ଗ ୱାକରେ ଯିବା ସମୟରେ ଗାଡି ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଦୁଇଜଣଙ୍କୁ ଗିରଫ କରିବା ସହିତ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଅତିରିକ୍ତ ଜିଲା ଜଜ୍‍ ଉତ୍ତମ ଆନନ୍ଦ ଧନବାଦରେ ଛଅମାସ ତଳେ ନିଯୁକ୍ତି ପାଇଥିଲେ । ସକାଳୁ ସେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଏକ ଅଟୋରିକ୍ସା ଜାଣିଶୁଣି ତାଙ୍କୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ଧନବାଦର ମାଜିଷ୍ଟ୍ରେଟ କଲୋନି ନିକଟରେ ଏହି ଘଟଣା ଘଟିଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକଙ୍କ ସହିତ ଡାକ୍ତରଖାନାରେ ପହଞ୍ଚିବା ପରେ ଜଜ୍‍ଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଏହା ଏକ ଦୁର୍ଘଟଣା ମନେ କରାଯାଉଥିବାବେଳେ ସିସିଟିଭି ଫୁଟେଜରୁ ଏହା ଏକ ହତ୍ୟା ଘଟଣା ବୋଲି ଅନୁମାନ କରାଯାଇ ତଦନୁଯାୟୀ ତଦନ୍ତ ଆରମ୍ଭ କରାଯାଇଥିଲା।

Get real time updates directly on you device, subscribe now.