fbpx

ହେପାଜତ ଧନେଶ୍ୱର ମୃତ୍ୟୁ ମାମଲା; ବିଟ ହାଉସ ଜାଳିଦେଲେ ଗ୍ରାମବାସୀ

କଟକ: ହେପାଜତ ମୃତ୍ୟୁ ମାମଲାକୁ ନେଇ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି । ବର୍ତ୍ତମାନ ଗ୍ରାମବାସୀ ବିଟ୍ ହାଉସ୍ ଜାଳିଦେବା କଥା ସାମ୍ନାକୁ ଆସିଛି । ବଡ଼ମ୍ବା ବାଣପୁର ବିଟ୍ ହାଉସକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଜାଳିଦେଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳେ ୨ଜଣ ଏସିଏଫ ଏବଂ ୭ଜଣ ବନ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା । କେଉଁ ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଉଠାଇଲେ ଓ ତାଙ୍କର ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଥିଲା । ହେପାଜତ ଧନେଶ୍ୱର ବେହେରାଙ୍କ ମୃତ୍ୟୁକୁ ନେଇ ସାତଗୋଛିଆ ଗାଁ ଲୋକେ ତୀବ୍ରତା ପ୍ରଦର୍ଶନ କରିଛନ୍ତି । ସେନେଇ ୬୫ନଂ ରାଜପଥ ବଡ଼ବାରସିଂହଙ୍କ ନିକଟରେ ଅବରୋଧ କରାଯାଇଛି ।

ଗାଁ ଲୋକଙ୍କ କହିବା ଅନୁସାରେ ରେଞ୍ଜର ଏବଂ ଏସିଏଫ ଧନେଶ୍ୱରଙ୍କୁ ପିଟିପିଟି ମାରିଦେଇଛନ୍ତି । ସେନେଇ ବର୍ତ୍ତମାନ ଗ୍ରାମବାସୀ ବିଟ୍ ହାଉସ ଭିତରେ ଭଙ୍ଗାରୁଜା କରି ବାହାରୁ କିରୋସିନ ପକାଇ ସମ୍ପୂର୍ଣ୍ଣ ଜାଳି ଦେଇଛନ୍ତି । ପୋଲିସ ଏବଂ ତହସିଲଦାରଙ୍କୁ ଗ୍ରାମବାସୀ ଗୋଡ଼ାଇଛନ୍ତି । ସୂଚନା ମିଳିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ଦାବିରେ କଟକ-ନରସିଂହପୁର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଏହାସହ ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି ।

Get real time updates directly on you device, subscribe now.